Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨ ଦିନରେ ଶୀତ ଫେରିବ: ୧୦ ଯାଏ ଉପକୂଳରେ ବର୍ଷା, ରାତି ପାରଦ ସ୍ୱାଭାବିକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨ ଦିନରେ ଶୀତ ଫେରିବ: ୧୦ ଯାଏ ଉପକୂଳରେ ବର୍ଷା, ରାତି ପାରଦ ସ୍ୱାଭାବିକ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଡିସେମ୍ବର ମାସରେ ଶୀତ ବଦଳରେ ହେଉଛି ବର୍ଷା। ବଙ୍ଗୋପସାଗରରୁ ସ୍ଥଳଭାଗକୁ କ୍ରମାଗତ ଭାବେ ତରଙ୍ଗାୟିତ ବାୟୁ ପ୍ରବାହ ଜାରି ରହିଛି। ଆସନ୍ତା ୧୦ ତାରିଖ ଯାଏ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଳାରେ ବର୍ଷା ସମ୍ଭାବନା ଥିବାବେଳେ ୧୧ରୁ ପାଗ ଶୁଖିଲା ରହିବ। ତରଙ୍ଗାୟିତ ବାୟୁ ପ୍ରବାହ ସକାଶେ ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ ଏହା ଏବେ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ଅଧିକାଂଶ ଚାଷ ଜମିରେ ଏବେ ପାଣି ଭର୍ତ୍ତି ହୋଇଥିବାବେଳେ ପାଚିଲା ଧାନ ପାଣିରେ ବତୁରୁଛି। ରାଜ୍ୟ ସରକାର ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ମାଗିଥିବାବେଳେ ଅଦିନିଆ ବର୍ଷାରେ ଅଧିକରୁ ଅଧିକ ଫସଲ କ୍ଷତିଗ୍ରସ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ ଆର୍ ବିଶ୍ୱାସଙ୍କ ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ସ୍ୱାଭାବିକ ତଥା ତା’ଠୁ ଅଧିକ ରହୁଛି। ଆସନ୍ତା ଦିନେ ୨ ଦିନ ମଧ୍ୟରେ ରାଜ୍ୟରେ ପାଗ ସ୍ୱାଭାବିକ ସ୍ଥିତିକୁ ଫେରିବା ନେଇ ଆକଳନ କରାଯାଉଛି। ୧୦ରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଥିବାବେଳେ ୧୧ରେ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। କିନ୍ତୁ ଉତ୍ତର ଓଡ଼ିଶାରେ ପାଗ ଶୁଖିଲା ରହିବ। ୧୧ ତାରିଖରୁ ରାଜ୍ୟକୁ ପୁଣି ଉତ୍ତରା ପବନ ବହିବା ଆରମ୍ଭ ହେବାକୁ ଥିବାବେଳେ ରାଜ୍ୟକୁ ଶୀତ ଲେଉଟିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ଆସନ୍ତାକାଲି ରାଜ୍ୟର ବିଶେଷ କରି ଦକ୍ଷିଣ ଓଡ଼ିଶା ଉପକୂଳ ତଥା କୋରାପୁଟ, ମାଲକାନାଗିରି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ନୟାଗଡ଼ା, କଟକ, ଜଗତସିଂହପୁର, ପୁରୀ ଜିଲ୍ଲାରେ ବର୍ଷା ପରିମାଣ ଅଧିକ ରହିବା ସମ୍ଭାବନା ରହିଛି। ଅନୂରୁପ ଭାବେ ବଲାଙ୍ଗୀର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ବୌଦ୍ଧ, ଅନୁଗୁଳ, ତାଳଚେର, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢ଼େଙ୍କାନାଳ ଆଦି ଜିଲ୍ଳାରେ ବିକ୍ଷିପ୍ତ ବର୍ଷା ସମ୍ଭାବନା ରହିଛି। ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୌଣସି ୱାର୍ଣ୍ଣିଂ ଜାରି ହୋଇ ନଥିବାବେଳେ ଆସନ୍ତା ୧୮ ତାରିଖ ଯାଏ ରାଜ୍ୟକୁ ବର୍ଷା ପ୍ରଭାବ ରହିବା ସମ୍ଭାବନା ଥିବା ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ପକ୍ଷରୁ ପ୍ରକାଶ ପାଇଛି।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ସବୁଠୁ କମ ୧୧.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବଲାଙ୍ଗୀର, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର ଭଳି ଜିଲ୍ଲାରେ ପାରଦ ଖସିବା ଆରମ୍ଭ ହୋଇଛି। ମାଲକାନାଗିରି, କୋରାପୁଟ, ରାୟଗଡ଼ା ଭଳି ଦକ୍ଷିଣ ଓଡ଼ିଶା ଉପକୂଳ ଜିଲ୍ଲାର ବାୟୁମଣ୍ଡଳରେ ଜଳୀୟବାଷ୍ପ ଭରା ବାଦଲ ଥିବାରୁ ତାପମାତ୍ରା ଅଧିକ ରହୁଛି। ଗତ ୨୪ ଘଣ୍ଟାରେ ମାଳକାନାଗିରିରେ ପାରଦ ସର୍ବାଧିକ ୩୦ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ସପ୍ତାହକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ଥିବାବେଳେ ଏହାର କିଛି ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।