ଲକଡାଉନ ନିୟମ କଡ଼ାକଡ଼ି ପାଇଁ ଥାନା ଅଧିକାରୀଙ୍କ ହାତକୁ କ୍ଷମତା ଦିଆଗଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ମୁକାବିଲା ନିମନ୍ତେ ରାଜ୍ୟ ସରକାର ଲକଡାଉନ ନିୟମକୁ କଡ଼ାକଡ଼ି କରିବା ପାଇଁ ଥାନା ଅଧିକାରୀଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ଶୁକ୍ରବାର ରାଜ୍ୟ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଆଇପିସି-୧୮୮ ଧାରା ଓ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ଏହି କ୍ଷମତା ପ୍ରଦାନ କରାଯାଇଛି।

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କଲେ ଏନେଇ ଦଣ୍ଡିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ୟ୍ୟୟ ପ୍ରଶମନ ଆଇନ-୨୦୦୫ର ଧାରା ୫୧ରୁ ୬୦ ଏବଂ ଆଇପିସିର ୧୮୮ ଧାରାରେ ଥାନାଧିକାରୀମାନେ ମାମଲା ରୁଜୁ କରିପାରିବେ ବୋଲି ଗୃହ ବିଭାଗ ପକ୍ଷରୁ ଚିଠିରେ ସ୍ପଷ୍ଟ କରାଯାଇଛି। ଏହି ଆଇନ୍‌ ଅନୁସାରେ ଓଡ଼ିଶାରେ ସାଧାରଣ ଜନତାଙ୍କ ସହ ସରକାରୀ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନେଇ ହେବ।

ଏହାଛଡ଼ା କର୍ତ୍ତବ୍ୟରେ ଅବହେଳା ଏବଂ ଲକ୍‌ଡାଉନ୍‌ ନିୟମକୁ ଉଲ୍ଲଂଘନ କଲେ ସରକାରୀ ଅଧିକାରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବ। ତୁରନ୍ତ ଏହି ନିର୍ଦ୍ଦେଶ ଲାଗୁ କରିବା ସହ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।