ଶ୍ରୀମନ୍ଦିର ସେବାୟତଙ୍କୁ ୫ ହଜାର ଆର୍ଥିକ ସହାୟତା

ପୁରୀ,ଏନ୍ଏନ୍ଏସ୍: କରୋନା ଲକଡାଉନ ଯୋଗୁଁ ସାରା ରାଜ୍ୟରେ ଆର୍ଥିକ ସ୍ଥିତି ବଗିଡି ଯାଇଛି। ତେବେ ଏହାର ମାଡ଼ ମହାପ୍ରଭୁ ଜଗନ୍ନାଥଙ୍କ ସେବାୟତଙ୍କ ଉପରେ ମଧ୍ୟ ପଡ଼ିଛି। କରୋନା କଟକଣା ଯୋଗୁଁ ପାଇଁ ଗତ ମାସ ୨୦ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି। ଫଳରେ ସେବାୟତଙ୍କ ଆର୍ଥିକ ସ୍ଥିତି ବିଗିଡିଯାଇଛି।

ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ପ୍ରତେକ ସେବାୟତ ପରିବାରଙ୍କୁ ସହାୟତା ପ୍ରଦାନ କରାଯିବା ଲାଗି ନିଷ୍ପତ୍ତି ହୋଇଛି। ପ୍ରାୟ ୨୧୩୦ ସେବାୟତ ପରିବାରଙ୍କୁ ୫ ହଜାର ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯିବ। ଏହି ଅର୍ଥ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ ବୋଲି ଶ୍ରୀମନ୍ଦିରର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।