ମାଟ୍ରିକ ପ୍ରଶ୍ନପତ୍ରକୁ ନେଇ ସାମାନ୍ୟ ପରିବର୍ତ୍ତନ

କଟକ,ଏନ୍‌ଏନ୍‌ଏସ୍‌: ମାଟ୍ରିକର ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଫଳରେ ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ସାଢ଼େ ୬ଟା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ ନିଆଯାଇ ପାରିବନି । ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ୬ଟା ୪୫ରୁ ୭ଟା ୩୦ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ । ପ୍ରଶ୍ନପତ୍ର ଲିକ ଘଟଣାକୁ ଦୃଷ୍ଟିରେ ରଖି ବୋର୍ଡ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।