ଆଜି ଠାରୁ ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲିଙ୍ଗରାଜ ମନ୍ଦିର ଚର୍ତୁପାଶ୍ୱର୍ରୁ ଆଜି ଠାରୁ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହେବ। ଦୁଇ ଦିନ ଧରି ଏହା ସ୍ଥଗିତ ଥିବା ବେଳେ ଆଜି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ ଗତକାଲି ଅନୁଷ୍ଠିତ ବୈଠକରେ ବିଏସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ପ୍ରଦାନ କରିଛନ୍ତି। ଏଥିସହ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ଥଇଥାନ କରାଯିବ ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ସୋମବାର ଲିଙ୍ଗରାଜ ମନ୍ଦିର ପୂର୍ବ ଓ ଉତ୍ତର ପଟୁ ବିଡିଏ ଓ ବିଏମସିର ଜଏଣ୍ଟ ସ୍କାର୍ଡ ଦ୍ୱାର ଉଚ୍ଛେଦ ଆରମ୍ଭ ହୋଇଥିଲା। ତେବେ ମଙ୍ଗଳବାର ଏହି ଉଚ୍ଛେଦକୁ ବିରୋଧ କରି କ୍ଷୁଦ୍ର ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ପରେ ଏ ନେଇ ବୁଧବାର ବିଏମସି କମିସନରଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରଥମେ ଥଇଥାନ କରି ପରେ ଉଚ୍ଛେଦ କରିବା ପାଇଁ ୧୦ଜଣିଆ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦାବି ହୋଇଥିଲା।