ଭୁବନେଶ୍ୱର,ଏନ୍ଏନ୍ଏସ୍: ଘରୋଇ ୟେସ୍ ବ୍ୟାଙ୍କ୍ ଉପରେ ଆରବିଆଇ କଟକଣା ଜାରୀ କରିବା ପରେ ଏଥିରେ ଥିବା ଶ୍ରୀମନ୍ଦିରର ଜମା ଟଙ୍କାକୁ ନେଇ ସନ୍ଦେସହ ଦେଖା ଦେଇଛି। ଅନ୍ୟପକ୍ଷରେ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ବ୍ୟାଙ୍କରେ ଟଙ୍କା ସୁରକ୍ଷିତ ରହିଛି। ୟେସ୍ ବ୍ୟାଙ୍କରେ ଫିକ୍ସଡ୍ ଡିପୋଜିଟ୍ ଥିବା ଟଙ୍କା ପ୍ରତି ବିପଦ ନାହିଁ, ୨ଟି ଡିପୋଜିଟର ମାଚ୍ୟୁରିଟି ମାର୍ଚ୍ଚ ୧୬ ଓ ୨୯ରେ ପୂରିବ।ଏହାପରେ ଜାତୀୟକରଣ ବ୍ୟାଙ୍କରେ ଡିପୋଜିଟର ବ୍ୟବସ୍ଥା ହେଉଛି ବୋଲି ମନ୍ତ୍ରୀ କହିଛନ୍ତିି।
ଉଲ୍ଲେଖନୀୟ ଯେ ଏହି ବ୍ୟାଙ୍କରେ ଶ୍ରୀମନ୍ଦିର ପ୍ରଶାସନ ୫୪୫ କୋଟି ଟଙ୍କା ଜମା ରଖିଥିଲା। ଚଳିତ ମାସ ୧୬ ଓ ୨୯ରେ ମାଚ୍ୟୋର ହେବାର ଥିଲା। କିନ୍ତୁ ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୟେସ ବ୍ୟାଙ୍କର ପରି·ଳନାରେ ହସ୍ତକ୍ଷେପ କରି ଜଣେ ଗ୍ରାହକ ମାସକୁ କେବଳ ୫୦ ହଜାର ଟଙ୍କା ଉଠାଇପାରିବେ ବୋଲି କଟକଣା ଜାରି କରିଛି। ଏବେ ୟେସ୍ ବ୍ୟାଙ୍କର ପରି·ଳନା ବୋର୍ଡ ରିଜର୍ଭ ବ୍ୟାଙ୍କ ହାତକୁ ·ଲିଯାଇଛି। ବ୍ୟାଙ୍କ ଋଣ ଆକାରରେ ପ୍ରଦାନ କରିଥିବା କୋଟି କୋଟି ଟଙ୍କା ବୁଡି ଯାଇଥିବାରୁ ଏପରି ସ୍ଥିତି ଦେଖା ଦେଇଛି। ରେଟିଂ ଏଜେନ୍ସି ଗୁଡିକ ଏହାର ରେଟିଂ ମଧ୍ୟ କମ୍ କରିଦେଇଛନ୍ତି।
ଲଗାତର ଭାବେ ବ୍ୟାଙ୍କର ଅର୍ଥରାଶି ବାହାରକୁ ·ଲିଯାଉଥିବାରୁ ବ୍ୟାଙ୍କ୍ ଏବେ ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିବା କୁହାଯାଇଛି । ସେପଟେ ୟେସ ବ୍ୟାଙ୍କ ଏନେଇ ସ୍ପଷ୍ଟୀକରଣ ରଖିଛି ୟବ୍ୟାଙ୍କରେ ସମସ୍ତଙ୍କ ଜମା ଟଙ୍କା ସୁରକ୍ଷିତ ରହିଛି। ବ୍ୟାଙ୍କର ସଂକଟ ସ୍ଥିତି ଦେଖି ଆରବିଆଇ ସଠିକ ନିଷ୍ପତି ନେଇ। କୌଣସି ଅପପ୍ର·ରକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି ।