Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କୋଣାର୍କ ଉତ୍ସବରେ ଭାଗନେବେ ଅନ୍ତର୍ଜାତୀୟ କଳାକାର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କୋଣାର୍କ ଉତ୍ସବରେ ଭାଗନେବେ ଅନ୍ତର୍ଜାତୀୟ କଳାକାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ଡିସେମ୍ବର ମାସରେ ହେବାକୁ ଥିବା କୋଣାର୍କ ଉତ୍ସବ-୨୦୧୯ ସରକାରୀ ସ୍ତରରେ ପ୍ରସ୍ତୁ ତ ଆରମ୍ଭ ହୋଇଛି। ଗୁରୁବାର ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ପର୍ଯ୍ୟଟନ ଓ କ୍ରୀଡ଼ା ବିଭାଗର ସଚିବ ବିଶାଲ ଦେବ ଏ ସମ୍ବନ୍ଧିତ ତଥ୍ୟ ଉପସ୍ଥାପନ କରିଥଲେ। କ୍ରାର୍ଯ୍ୟକ୍ରମର ସୂଚୀ ସହିତ ଏଥିରେ ଭାଗ ନେବାକୁ ଥିବା ଟ୍ରୁପ୍ ର ଚୟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବିଶ୍ୱସ୍ତରୀୟ ଭାବେ ଆୟୋଜନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଥିଲେ। ବିଶେଷ କରି ଇଣ୍ଡୋନେସିଆରୁ ଆସିବାକୁ ଥିବା ସାଂସ୍କୃତିକ ଦଳକୁ ଏହି କାର୍ଯ୍ୟକ୍ରମରେ କଳା ପ୍ରଦର୍ଶନ ପାଇଁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବିଭିନ୍ନ ଦେଶର କଳାକାରମାନଙ୍କୁ ଏଥିରେ ଭାଗ ନେବାପାଇଁ ସୁଯୋଗ ଦେବାକୁ ଶ୍ରୀ ତ୍ରିପାଠୀ କହିଥିଲେ।

ଏଥିସହିତ ଭାରତର ବିଭିନ୍ନ ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ, ସଂଗୀତ ଏବଂ ଓଡିଶୀ ନୃତ୍ୟ ଏଥିରେ ପ୍ରଦର୍ଶିତ କରାଯିବ। ବିଶେଷକରି କୁଚିପୁଡ଼ି, ଭାରତନାଟ୍ୟମ, କଥକ, ମୋହିନୀଆତ୍ତମ, ମଣିପୁରୀ ଭଳି ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଏହି କାର୍ଯ୍ୟକ୍ରମରେ ସ୍ଥାନ ପାଇବ। ଏହି କାର୍ଯ୍ୟକ୍ରମ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ବୈଠକରେ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ ଓ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ନୃତ୍ୟ ଓ ସଙ୍ଗୀତ ବିଶାରଦମାନେ ଯୋଗଦେଇଥିଲେ।