କରୀନାଙ୍କ ପାଇଁ ବିରିୟାନି କଲେ ସୈଫ

ମୁମ୍ବାଇ: ସମଗ୍ର ଦେଶରେ ଆନନ୍ଦ ଉତ୍ସାହର ସହ ପାଳନ ହେଉଛି ଇଦ ଉଲ ଫିତର ପର୍ବ। ଯଦିଓ ଏ ବର୍ଷ କରୋନା ମହାମାରୀ ଯୋଗୁଁ ପୂର୍ବ ବର୍ଷଗୁଡ଼ିକ ଭଳି ଏ ପର୍ବ ପାଳନରେ ଆନନ୍ଦ ଉତ୍ସାହ ନାହିଁ ତଥାପି ନିଜ ନିଜ ଘରେ ଲୋକେ ପାଳୁଛନ୍ତି ଇଦ। ଏଥିରୁ ବାଦ ପଡ଼ିନାହାନ୍ତି ବଲିଉଡ କଳାକାର। ଅଭିନେତା ସୈଫ ଅଲ୍ଲୀ ଖାନ ତାଙ୍କର ପତ୍ନୀ ତଥା ଲୋକପ୍ରିୟ ନାୟିକା କରୀନା କପୁରଙ୍କ ପାଇଁ ବନାଇଛନ୍ତି ବିରିୟାନି। ଏହାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି କରୀନା। ଏହା ସହିତ କରୀନା ଲେଖିଛନ୍ତି – ‘ସୈଫୁ ବେଷ୍ଟ।’ କରୀନାଙ୍କ ଏହି ପୋଷ୍ଟକୁ ପ୍ରଶଂସକ ଖୁବ କମେଣ୍ଟ କରୁଛନ୍ତି ଓ ପ୍ରତିକ୍ରିୟା ଜଣାଉଛନ୍ତି।