କାଳ ହେଲା ପ୍ଲାଷ୍ଟିକ ସର୍ଜରୀ: କନ୍ନଡ ଅଭିନେତ୍ରୀ ଚେନା ରାଜଙ୍କ ଅକାଳ ବିୟୋଗ

ମୁମ୍ବାଇ: କନ୍ନଡ ସିରିୟଲର ଜଣାଶୁଣା ଅଭିନେତ୍ରୀ ଚେତନ ରାଜଙ୍କ ଅକାଳ ବିୟୋଗ ହୋଇଛି । ୨୧ ବର୍ଷୀୟ ଚେତନା ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚେତନାଙ୍କୁ ଗତକାଲି ମୋଟାପଣ କମାଇବା ସର୍ଜରୀ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସର୍ଜରୀ ପରେ କିଛି ତ୍ରୁଟି ଯୋଗୁ ଫୁସଫୁସରେ ପାଣି ଜମି ଯାଇଥିଲା । ଆଉ କିଛି ଘଣ୍ଟା ପରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ମେ’ ୧୬ ତାରିଖ ସକାଳେ ଚେତନାଙ୍କର ସର୍ଜରୀ କରାଯାଇଥିଲା । ଚେତନା ତାଙ୍କ ବନ୍ଧୁଙ୍କ ସହ ହସ୍ପିଟାଲ ପହଞ୍ଚିଥିଲେ । ଏକଥା ତାଙ୍କ ଘର ଲୋକଙ୍କୁ ଜଣା ନଥିଲା । ସର୍ଜରୀ ପରେ ସଂଧ୍ୟାରେ ଚେତନାଙ୍କୁ କିଛି ଶାରୀରିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଫୁସଫୁସରେ ପାଣି ଜମିବାର କିଛି ସମୟ ପରେ ତାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ଡାକ୍ତରଙ୍କ ଅବହେଳା ଯୋଗୁ ଚେତନାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏଥିସହିତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପରିବାର ଲୋକେ ଅଭିଯୋଗ ଦାୟର କରିଛନ୍ତି ।