ନୂଆଦିଲ୍ଲୀ: ବଲିଉଡ କପୁଲ ଭିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କ ବିବାହକୁ ନେଇ ଏବେ ସବୁଠି ଚର୍ଚ୍ଚା। କିନ୍ତୁ ବିବାହକୁ ଏତେ ଗୁପ୍ତ ରଖାଯାଇଛି କି ଏପର୍ଯ୍ୟନ୍ତ ଗୋଟିଏ ଫଟୋ କିମ୍ବା ଭିଡିଓ ସାମ୍ନାକୁ ଆସିନାହିଁ। ଇତିମଧ୍ୟରେ ବଲିଉଡର କୁଇନ କଙ୍ଗନା ରନାୱତ କାହାରି ନାଁ ନନେଇ ବିବାହକୁ ନେଇ ଇନଷ୍ଟାଗ୍ରାମ ଷ୍ଟୋରୀରେ ନିଜର ମତାମତ ସେୟାର କରିଛନ୍ତି।
କ୍ୟାଟ୍ରିନା ଓ ଭିକିଙ୍କ ମଧ୍ୟରେ ଥିବା ବୟସର ଅନ୍ତରକୁ ନେଇ କଙ୍ଗନା ଲେଖିଛନ୍ତି ଯେ, ଆମେ ବଡ଼ ହେବା ସମୟରେ ସଫଳ ଧନୀ ପୁରୁଷ କମ୍ ବୟସର ଝିଅଙ୍କୁ ବିବାହ କରୁଥିବାର କାହାଣୀ ଶୁଣୁଥିଲୁ। ନିଜ ସ୍ୱାମୀଙ୍କଠାରୁ ଅଧିକ ସଫଳ ହେବା ମହିଳାଙ୍କ ପାଇଁ ଏକ ବଡ଼ ସମସ୍ୟା ଥିଲା। ଗୋଟିଏ ବୟସ ପରେ ନିଜଠୁ କମ୍ ବୟସର ପୁଅକୁ ବିବାହ କରିବା ତ ଦୂର କଥା, ବିବାହ କରିବା ହିଁ ଅସମ୍ଭବ ଥିଲା। ଭାରତୀୟ ଫିଲ୍ମ ଉଦ୍ୟୋଗର ଧନୀ ଓ ସଫଳ ମହିଳାଙ୍କ ସେକ୍ସିଷ୍ଟ ମାନଦଣ୍ଡ ଭାଙ୍ଗୁଥିବା ଦେଖି ଭଲ ଲାଗିଲା। ଲୋକଙ୍କ ରୁଢ଼ିବାଦୀ ଚିନ୍ତାଧାରାକୁ ବଦଳାଇଥିବା ଉଭୟ ପୁରୁଷ ଓ ମହିଳାଙ୍କୁ ଶୁଭକାମନା।
ସୂଚନାଯୋଗ୍ୟ, କ୍ୟାଟ୍ରିନା କୈଫଙ୍କ ବୟସ ୩୮ ହୋଇଥିବାବେଳେ ଭିକି କୌଶଲଙ୍କୁ ୩୩ ବର୍ଷ ହୋଇଛି।