ଏଲନ ମସ୍କ ଟ୍ୱିଟର କିଣିବା ପରେ ଖୁସି ଜାହିର କଲେ କଙ୍ଗନା

ମୁମ୍ବାଇ: ଟେସଲା ମାଲିକ ଏଲନ ମସ୍କ ଏବେ ମାଇକ୍ରୋ ବ୍ଲୋଗିଂ ସାଇଟ ଟ୍ୱିଟରର ନୂଆ ମାଲିକ ହୋଇ ଯାଇଛନ୍ତି । ମସ୍କ ଟ୍ୱିଟରକୁ କିଣିବା ପରେ ବଲିଉଡ ଅଭିନେତ୍ରୀ କଙ୍ଗନା ରନାୱତଙ୍କ ଖୁସି ଦ୍ୱିଗୁଣା ହୋଇଯାଇଛି । କଙ୍ଗନା ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରିବା ସହ ନିଜ ଫ୍ୟାନଙ୍କ କିଛି ଟ୍ୱିଟ୍ ମଧ୍ୟ ସେୟାର କରିଛନ୍ତି ।

ଟ୍ୱିଟରରେ କଙ୍ଗନା ନିଜ ବିବାଦିତ ବୟାନ ଓ ଧାର୍ମିକ-ରାଜନୈତିକ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହୁଥିଲେ । ମହାରାଷ୍ଟ୍ର ସରକାରଙ୍କ ସହ ବିବାଦକୁ ନେଇ ମଧ୍ୟ କଙ୍ଗନା ଖୁବ୍ ଚର୍ଚ୍ଚା ସାଉଁଟିଥିଲେ । ପରେ କଙ୍ଗନାଙ୍କ ଟ୍ୱିଟର ଆକାଉଣ୍ଟ ନିଲମ୍ବିତ କରାଯାଇଥିଲା । ମସ୍କ ଟ୍ୱିଟରର ମାଲିକ ହେବା ପରେ କଙ୍ଗନାଙ୍କ ଆକାଉଣ୍ଟ ସକ୍ରିୟ ହେବାକୁ ନେଇ ସମ୍ଭାବନା ସୃଷ୍ଟି ହୋଇଛି ।