Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ, ଦୁଷ୍କର୍ମକାରୀଙ୍କୁ ୪୮ ଘଣ୍ଟାରେ ଗିରଫ କର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶ, ଦୁଷ୍କର୍ମକାରୀଙ୍କୁ ୪୮ ଘଣ୍ଟାରେ ଗିରଫ କର

ନାବାଳିକା ଗଣଦୁଷ୍କର୍ମ ମାମଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀର ପଟିଆ ଅଞ୍ଚଳରେ ଘଟିଥିବା ନାବାଳିକା ଗଣଦୁଷ୍କର୍ମ ମାମଲାକୁ ଶିଶୁ ସୁରକ୍ଷା ଆୟୋଗ ଗମ୍ଭୀରତାର ସହ ନେଇଛି। ଘଟଣାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ସମସ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଘଟଣାରେ ଜଡ଼ିତ ଗଣମାଧ୍ୟମ ସଂସ୍ଥା ଏମଡି, ଖୋର୍ଦ୍ଧା ଜିଲ୍ଲାପାଳ ଓ କମିଶନରେଟ ପୁଲିସକୁ ନୋଟିସ ଜାରି କରିଛନ୍ତି।
ସୂଚନା ଅନୁସାରେ, ନାବାଳିକା ଗଣଦୁଷ୍କର୍ମ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଗତ ୬ ତାରିଖରେ ଶିଶୁ ସୁରକ୍ଷା ଆୟୋଗ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲେ। ଏଥିସହିତ କମିଶନରେଟ୍ ପୁଲିସକୁ ଆୟୋଗ ରିପୋର୍ଟ ମାଗିବା ସହ ପୀଡ଼ିତାଙ୍କ ସୁରକ୍ଷା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ତଦନ୍ତ ପ୍ରକ୍ରିୟା ସମ୍ପର୍କରେ ଆୟୋଗଙ୍କୁ ତଥ୍ୟ ଦେବାକୁ ଭୁବନେଶ୍ୱର ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଘଟଣାକୁ ୧୦ଦିନ ବିତି ଯାଇଥିଲେ ମଧ୍ୟ କେହି ଅଭିଯୁକ୍ତ ଗିରଫ ନହେବାରୁ ଗୁରୁବାର କମିଶନରେଟ ପୁଲିସକୁ ଆକ୍ସନ ଟେକେନ୍ ନୋଟିସ ଜାରି କରିଛନ୍ତି କମିଶନ। କମିଶନ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ କମିଶନରେଟ ପୁଲିସକୁ ନୋଟିସ ଜାରି କରି କହିଛନ୍ତି, ମାମଲାରେ ଅଦ୍ୟାବଧି କି ପଦକ୍ଷେପ ନିଆଯାଇଛି, ସେ ନେଇ ତୁରନ୍ତ ଜଣାଅ। ଏଥିସହିତ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ୪୮ ଘଣ୍ଟା ମଧ୍ୟରେ ଗିରଫ କର। ମାମଲାରେ ଜଡ଼ିତ ଥିବା ଗଣମାଧ୍ୟମ ସଂସ୍ଥା ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ଉପରେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନ ଅଧ୍ୟକ୍ଷା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହି ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ମୁଖ୍ୟଙ୍କୁ ମଧ୍ୟ ପକ୍ଷ ରଖିବାକୁ ନୋଟିସ ଜାରି କରାଯାଇଛି।
ଏନେଇ ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି, ମାମଲାକୁ ଗମ୍ଭୀରତାର ସହ ପୁଲିସ ତଦନ୍ତ କରୁଛି। ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛନ୍ତି। ଏ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ପାଖରେ ପୁଲିସ ପହଞ୍ଚି ପାରିନି। ଶିଶୁ ସୁରକ୍ଷା ଆୟୋଗଙ୍କ ପକ୍ଷରୁ ଆମକୁ ଯାହା ନିର୍ଦ୍ଦେଶ ଆସିବ ପାଳନ କରିବୁ, ରିପୋର୍ଟ ଦେବା ପାଇଁ କହିଲେ ଦବୁ। ଏହି ମାମଲାରେ କିଛି ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ ହୋଇଛି, ସାକ୍ଷୀମାନଙ୍କ ବୟାନ ରେକର୍ଡ ହୋଇଛି। ନାବାଳିକାଙ୍କ ମାଆଙ୍କ ଅଭିଯୋଗ ଅନୁସାରେ ତଦନ୍ତ ଚାଲିଛି। ତଦନ୍ତ ଚାଲିଥିବାରୁ କାହାରି ପରିଚୟ ପ୍ରଘଟ କରିବା ଠିକ୍ ହେବନାହିଁ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି।