ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀର ପୁଲିସକୁ ବଡ ସଫଳତା। ଲସ୍କର-ଏ-ତୋଏବା ଓ ଟିଆରଏଫର ୨ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କଲା ଶ୍ରୀନଗର ପୁଲିସ। ଏଥି ସହ ସେମାନଙ୍କ ନିକଟରୁ ବିପୁଳ ମାରଣା ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି।
ଏନେଇ କାଶ୍ମୀର ଜୋନ ପୁଲିସର ଆଇଜିପି ବିଜୟ କୁମାର ସୂଚନା ପ୍ରଦାନ କରିଛନ୍ତି। ଆଜି ଗିରଫ ହୋଇଥିବା ୨ ଆତଙ୍କୀଙ୍କ ଠାରୁ ୧୫ଟି ବନ୍ଧୁକ, ୩୦ଟି ମାଗାଜିନ, ୩୦୦ ରାଉଣ୍ଡ ଅଫୁଟା ଗୁଳି ଓ ସାଇଲେନ୍ସର ଜବତ କରାଯାଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।