ଝାରସୁଗୁଡ଼ା ଉପନିର୍ବାଚନ, ୧୪୪ଟି ବୁଥରେ କେନ୍ଦ୍ରୀୟ ଫୋର୍ସ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଝାରସୁଗୁଡ଼ା ଉପନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଆୟୋଗ ପ୍ରେସ କନଫ୍ରେନ୍ସିଂ କରିଛନ୍ତି । ଏଥିରେ ମୋଟ ୨୫୩ ବୁଥରୁ ୨୬ଟି ପିଙ୍କ ବୁଥ ପ୍ରସ୍ତୁତ କରାଯାଇଥିବା ନେଇ ଘୋଷଣା କରାଯାଇଛି । ସକାଳ ୭ଟାରେ ଭୋଟିଂ ଆରମ୍ଭ ହେବ ଏବଂ ୧୦୧୨ ପୋଲିଂ କର୍ମଚାରୀ ରହିବେ । ୧୪୪ଟି ବୁଥରେ କେନ୍ଦ୍ରୀୟ ଫୋର୍ସ ଏବଂ ୬୯ ବୁଥରେ ମାଇକ୍ରୋ ଅବଜରଭର ରହିବେ । ଶତପ୍ରତିଶତ ବୁଥରେ ୱେବକାଷ୍ଟିଂ ଲାଗି ବ୍ୟବସ୍ଥା ହୋଇଛି । ଏଥିସହିତ ଦିବ୍ୟାଙ୍ଗ ଭୋଟରଙ୍କୁ ଘରୁ ଆଣିବା ଲାଗି ଅଟୋରିକ୍ସାର ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ମିଳିଛି ।