Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶାସକ ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ ମାମଲା: ଜୟନାରାୟଣ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶାସକ ଦଳର ୪୬ ବିଧାୟକଙ୍କ ନାଁରେ ୧୮୦ ମାମଲା: ଜୟନାରାୟଣ

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଶାସକ ଦଳର ୪୬ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି । ୬ଜଣଙ୍କ ନାଁରେ ୩୦୭ ଓ ୫ଜଣଙ୍କ ନାଁରେ ଅସଦାଚରଣ, ୨ଜଣଙ୍କ ନାଁରେ ୩୯୫ ଡକାୟତି, ୯ ଜଣଙ୍କ ନାଁରେ ୩୭୯ ଚୋରି, ୪ ଜଣଙ୍କ ନାଁରେ ୧୭୧ ଲାଞ୍ଚ ନେବା, ୨୮ ଜଣଙ୍କ ନାଁରେ ୫୦୬ ଧମକ, ୫ ଜଣଙ୍କ ନାଁରେ ୩୫୪ ମହିଳା ଅସଦାଚରଣ, ଜଣଙ୍କ ନାଁରେ ୩୭୬ ଦୁଷ୍କର୍ମ, ୪ ଜଣଙ୍କ ନାଁରେ ୩୬୫ ବା ୩୬୩ ଅପହରଣ ଭଳି ମାମଲା ରହିଛି ।

ଜୟନାରାୟଣ ମିଶ୍ର ଆହୁରି କହିଛନ୍ତ ଯେ, ବିଧାନସଭା ବାହାରେ ଶାସକ ଦଳର ବିଧାୟକମାନେ ମୋ ନାଁରେ ବହୁତ କିଛି କହିଛନ୍ତି। ତେଣୁ ମୁଁ ବିଧାନସଭାରେ ଏହା କହିବା ପାଇଁ ବାଧ୍ୟ ହେଉଛି । ଯଦି ମୁଁ ଅପରାଧୀ ତେବେ ମୋ ନାଁରେ ଆପଣ ଚାର୍ଜସିଟ କରନ୍ତୁ । ମୁଁ ଖୋଲା ବିତର୍କ ପାଇଁ ପ୍ରସ୍ତୁତ ଓ ଆସନ୍ତୁ ମୋ ସହ ଖୋଲା ବିତର୍କ କରନ୍ତୁ । ମୁଁ ଯଦି ସାମାନ୍ୟତମ କାହାକୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ କିଏ ପ୍ରମାଣ କରିଦେବ ତେବେ ମୁଁ ରାଜନୈତିକ ଜୀବନରୁ ସନ୍ୟାସ ନେବି । ମୋ ନାଁରେ ଥିବା ମାମଲାର ସମୀକ୍ଷା କରନ୍ତୁ । ମୁଁ ସ୍ୱେଚ୍ଛାଚାରିତାକୁ ବିରୋଧ କରିଛି ଓ କାହାକୁ ଆଘାତ କରିନି । ମୋର ସମସ୍ତଙ୍କ ପ୍ରତି ସମ୍ମାନ ଅଛି ।