‘ଜଲସା’ରୁ ହଟିଲା କଣ୍ଟେନମେଣ୍ଟ ପୋଷ୍ଟର

ମୁମ୍ବାଇ, ଏଜେନ୍ସି: ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ, ବୋହୂ ଐଶ୍ୱର୍ଯ୍ୟା ଓ ନାତୁଣୀ ଆରାଧ୍ୟା କରୋନାରେ ଆକ୍ରାନ୍ତ ହୋଇ ଏବେ ନାନାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଅମିତାଭ ଆକ୍ରାନ୍ତ ହେବାର ୧୪ ଦିନ ପରେ ରବିବାର ମୁମ୍ବାଇରେ ଥିବା ତାଙ୍କର ବଙ୍ଗଳା ‘ଜଲସା’ରୁ କଣ୍ଟେନମେଣ୍ଟ ପୋଷ୍ଟର ହଟାଇ ଦିଆଯାଇଛି। ବ୍ରିହନ ମୁମ୍ବାଇ ମହାନଗର ନିଗମ (ବିଏମସି) ଅମିତାଭଙ୍କ ଏହି ବଙ୍ଗଳା ବାହାରେ ଲାଗିଥିବା କଣ୍ଟେନମେଣ୍ଟ ଜୋନର ପୋଷ୍ଟର ହଟାଇ ଦେଇଥିବା ଜଣାପଡିଛି। ଅମିତାଭ ବଚ୍ଚନ ଏବଂ ପୁଅ ଅଭିଷେକ ବଚ୍ଚନଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ଉଭୟଙ୍କୁ ଗତ ୧୨ ତାରିଖରେ ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।