ରଥଯାତ୍ରା ପୂର୍ବରୁ ଚାଲିବ ‘ଜଗନ୍ନାଥ ଏକ୍ସପ୍ରେସ’

ପୁରୀ,ଏନ୍‌ଏନ୍‌ଏସ୍‌: ଆସନ୍ତା ରଥଯାତ୍ରା ପୂର୍ବରୁ ‘ଜଗନ୍ନାଥ ଏକ୍ସପ୍ରେସ’ ଚଳାଚଳ ଆରମ୍ଭ କରିବ । ଏନେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି । ଭାରତ ଗୌରବ ପ୍ରକଳ୍ପ ଅନ୍ତର୍ଗତ ‘ଜଗନ୍ନାଥ ଏକ୍ସପ୍ରେସ’ ଚାଲିବ । ଭାରତୀୟ ସଂସ୍କୃତିକୁ ପ୍ରଦର୍ଶନ ପାଇଁ ଭାରତ ଗୌରବ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି । ଏହି ପ୍ରକଳ୍ପ ଅନ୍ତର୍ଗତ ପ୍ରଥମେ ‘ରାମାୟଣ ଏକ୍ସପ୍ରେସ’ ଆରମ୍ଭ ହୋଇଛି । ଆଉ ‘ରାମାୟଣ ଏକ୍ସପ୍ରେସ’ ପରେ ‘ଜଗନ୍ନାଥ ଏକ୍ସପ୍ରେସ’ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।