ଆଇପିଏସ୍ ସ୍ତରରେ ଅଦଳବଦଳ : ବଦଳିଲେ ଟ୍ୱିନ୍ ସିଟିର ଡିସିପି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ଏକ ବଡ଼ ଅଦଳବଦଳ କରିଛନ୍ତି। ପୁରୀ ଏସପି ଥିବା ଡା. ଉମାଶଙ୍କର ଦାସଙ୍କୁ ଭୁବନେଶ୍ୱର ଡିସିପି ଦାୟିତ୍ୱ ମଳିଛି। ସେହିପରି କନ୍ଧମାଳ ଏସପି ଥିବା ଶ୍ରୀ ପ୍ରତୀକ କଟକ ଡିସିପି ଭାବେ ନିଯୁକ୍ତି ପାଇଛନ୍ତି। ଭୁବନେଶ୍ୱର ଡିସିପି ଅନୁପ ସାହୁଙ୍କୁ ଗୁଇନ୍ଦା ବିଭାଗ ଡିଆଇଜି ପଦ ମିଳିଛି। କଟକ ଡିସିପି ଥିବା ଅଖିଳେଶ୍ୱର ସିଂଙ୍କୁ ପୁରୀ ଡିସିପି ପଦ ଦିଆଯାଇଛି। ବିନୀତ ଅଗ୍ରୱାଲ କନ୍ଧମାଳ ଏସପି ଭାବେ ନିଯୁକ୍ତ ହୋଇଛନ୍ତି।

ସେହିପରି ଟ୍ରାଫିକ ଡିସିପି ଥିବା ସାଗରିକା ନାଥ ସୁନ୍ଦରଗଡ଼ ଏସପି ପଦ ପାଇଛନ୍ତି। ଅନ୍ୟପଟେ ସୁନ୍ଦରଗଡ଼ ଏସପି ଥିବା ସୌମ୍ୟା ମିଶ୍ରଙ୍କୁ ଟ୍ରାଫିକ ଡିସିପି ପଦ ଦିଆଯାଇଛି। ସେପଟେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏମ୍ ଅକ୍ଷୟଙ୍କୁ ପୁଲିସ ହାଉସିଂ କର୍ପୋରେସନ ସିଏମଡି, ଗୁଇନ୍ଦା ନିର୍ଦ୍ଦେଶକ ସତ୍ୟଜିତ ମହାନ୍ତିଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି, ଲଲିତ ଦାସଙ୍କୁ ଏଡିଜପିି କମ୍ୟୁନିକେସନ, ଆରକେ ଶର୍ମାଙ୍କୁ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକରୁ ନିର୍ଦ୍ଦେଶକ ପଦକୁ ପଦନ୍ନୋତି ମିଳିଛି। ଭିଜିଲାନ୍ସ ଏସପି ସାର୍ଥକ ଷଡ଼ଙ୍ଗୀଙ୍କୁ ସିଆଇଡି ସିବିଏସପି ଦାୟିତ୍ୱ ମିଳିଛି। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏଡିଜି କ୍ରାଇମବ୍ରାଞ୍ଚ, ତପନ କୁମାର ପଟ୍ଟନାୟକଙ୍କୁ ଗଜପତି ଏସପି, ଏସସି ଜମାଦରଙ୍କୁ ଦେଓଗଡ଼ ଏସପି ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପଟେ ଦେଓଗଡ଼ ଏସପି ଥିବା ରାହୁଲ ଜୈନଙ୍କୁ ନୂଆପଡ଼ା ଏସପି ପଦ ମିଳିଛି। ଗଜପତି ଏସପି ଥିବା ସାରା ଶର୍ମାଙ୍କୁ ଭିଜିଲାନ୍ସ ଦାୟିତ୍ୱ ମିଳିଛି।