ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ଡିସେମ୍ବର ୨୯ରୁ ଆନ୍ତର୍ଜାତିକ ସବୁଜ ମହୋତ୍ସବ ମହାନଗରରାଜ୍ୟ By Nitidin On Dec 16, 2019 Share ଭୁବନେଶ୍ୱର,ଏନ୍ଏନ୍ଏସ୍: ସବୁଜ, ସ୍ୱଚ୍ଛ ଓଡ଼ିଶା, ଭାରତ ତଥା ବିଶ୍ୱ ପାଇଁ ଅଭିଯାନ ଆରମ୍ଭ କରିବା ନିମନ୍ତେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ ଡିସେମ୍ବର ୨୯ ତାରିଖରୁ ଜାନୁଆରୀ ୫ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ସବୁଜ ମହୋତ୍ସବ ପ୍ରତ୍ୟେକ ଜିଲ୍ଲା, ଭାରତର ସମସ୍ତ ରାଜ୍ୟର ରାଜଧାନୀ ତଥା ବିଶ୍ୱର ବିଭିନ୍ନ ଦେଶରେ ରହୁଥିବା ପ୍ରବାସୀ ଓଡିଆମାନଙ୍କ ସଂଗଠକ ମାଧ୍ୟମରେ ପ୍ରତ୍ୟେକ ଦେଶରେ ପାଳନ କରାଯିବ ବୋଲି ଆନ୍ତର୍ଜାତିକ ସବୁଜ ମହୋତ୍ସବ ଲୋଗୋ ଉନ୍ମୋଚନ ଉତ୍ସବରେ ସଭାପତିତ୍ୱ କରି ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ୍ ଇନ୍ ଚିଫ୍ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ, ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ସମଗ୍ର ବିଶ୍ୱ ଆଗରେ ଘାତକ ହୋଇ ଠିଆହୋଇଛି। ତେବେ ବିଶ୍ୱର ଏହି ସଙ୍କଟଜନକ ସ୍ଥିତିରେ କେଉଁ ଦେଶ ବା ରାଜ୍ୟ ଏଥିପାଇଁ କାର୍ଯ୍ୟ କରୁ ବା ନକରୁ, ଓଡ଼ିଶାର ସମାଜସେବୀ, ପରିବେଶବିତ୍, ଛାତ୍ର, ଯୁବକ, କଳାକାର, ସାହିତ୍ୟିକ ତଥା ରାଜନେତାଙ୍କ ସମେତ ୪ କୋଟି ୫୦ ଲକ୍ଷଓଡିଶାବାସୀ ଓ ଦେଶ ବିଦେଶରେ ରହିଥିବା ଓଡ଼ିଆମାନେ ଏହି ଅଭିଯାନରେ ସାମିଲ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଲେଖାଏଁ ଗଛ ଲଗାଇବେ। ଏପରିକି ଦେଶର ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ, ଓଡିଶାର ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଗଛ ଲଗାଇବେ ବୋଲି ଡକ୍ଟର ଶ୍ରୀଚନ୍ଦନ କରିଥିଲେ। ଏହି ଉତ୍ସବରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଅତିଥି ରୂପେ ଯୋଗ ଦେଇ ଗ୍ରୀନ୍ ଫେଷ୍ଟ୍ ଲୋଗୋ ଉନ୍ମୋଚନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ, କବି ଶରତ କୁମାର ଦାଶ, ଡକ୍ଟର ସୁନିତ ମୁଣ୍ଡ, ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ସୁଚିସ୍ମିତା ପୃଷ୍ଟି, ବିଡିଏ ମୁଖ୍ୟ ଉଦ୍ୟାନବିତ୍ ଡକ୍ଟର ଅଶୋକ କୁମାର ଧର,ସାମାଜିକ କମୀ ଜିଜ୍ଞାସୁ ପଣ୍ଡା, ରେଡକ୍ରସ ଅଫିସର ଡକ୍ଟର ଅଜୟ କୁମାର ତ୍ରିପାଠୀ, ଗ୍ରୀନ କମାଣ୍ଡର ଅବନୀ ଜେନା, ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଅତିଥି ରୁପେ ଯୋଗଦେଇ ପରିବେଶ ସୁରକ୍ଷରେ ବୃକ୍ଷରୋପଣର ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରୁଥିଲେ। Share