ନୂଆ ବର୍ଷରେ ନୂଆ ଡିଜିପି, ଡିସେମ୍ବର ୩୧ରେ ଅବସରେ ନେବେ ଅଭୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ନୂଆ ବର୍ଷରେ ଓଡିଶା ପାଇବ ନୂଆ ଡିଜିପି। ଡିସେମ୍ବର ଶେଷରେ ଅବସର ନେବେ ଓଡିଶା ପୋଲିସ ମୁଖ୍ୟ ଅଭୟ। ଅବସର ନେଇ ଓଡିଶା ସରକାର ଅନୁମତି ଦେଇଛନ୍ତି। ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ ଡିଜିପି ଅଭୟ। ଏନେଇ ଆଜି ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ଅବସରରେ ରାଜ୍ୟ ପୋଲିସ ମୁଖିଆ ଅଭୟଙ୍କ ଅବସର ନେଇ ଉଲ୍ଲେଖ ପ୍ରକାଶ ପାଇଛିା ଡିଜିପି ଅଭୟ ଡିସେମ୍ବର ୩୧ରେ ଅବସର ନେବା ନେଇ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ୧୯୮୬ ବ୍ୟାଚ ଓଡିଶା କ୍ୟାଡର ଆଇପିଏସ ଅଫିସର ଅଭୟ ୨୦୧୯ ଡିସେମ୍ବର ୧୦ ତାରିଖରେ ଓଡିଶା ପୋଲିସର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ।

ଓଡିଶାରୁ ଅପରାଧ ମୁକ୍ତ କରିବା ଏବଂ ମାଓ ମୁକାବିଲା ନେଇ ଅନେକ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି। ପୂର୍ବତନ ଡିଜିପି ବିଜୟ କୁମାର ଶର୍ମାଙ୍କ ଅବସର ପରେ ଡିଜିପି ଅଭୟଙ୍କୁ ଦାୟିତ୍ୱ ଦେଇଥିଲେ ଓଡିଶା ସରକାର। ଡିଜିପି ଅଭୟ ଜଣେ ଦକ୍ଷ ପୋଲିସ ଅଫିସର ଭାବେ ସମଗ୍ର ଦେଶରେ ପରିଚିତ। ପୂର୍ବରୁ ହାଇଦ୍ରାବାଦ ଜାତୀୟ ପୋଲିସ ଏକାଜେମୀର ଡିଜି ଭାବେ ମଧ୍ୟ ଦାୟିତ୍ୱ ନିଭାଇଛନ୍ତି ଅଭୟ।