ଶାସ୍ତ୍ରୀ ନଗରରେ କଟୁରି ଧରି ଆତଙ୍କ ସୃଷ୍ଟି କଲା ଯୁବକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଦିନକୁଦିନ ଆତଙ୍କ ବଢିବଢି ଚାଲିଛି। ଆଜି ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ କଟୁରି ଧରି ଜଣେ ଯୁବକ ଜଣକ ଘର ସାମ୍ନାରେ ଗାଳିଗୁଲଜ କରିବାସହ ଘରୁ ନବାହାରିବା ପାଇଁ ଧମକ ଦେଉଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଯୁବକଙ୍କ ଏଭଳି ଆଚରଣ ଦେଖି ସ୍ଥାନୀୟଲୋକେ ଭୟଭୀତ ହୋଇପଡିଛନ୍ତି। ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ସିସିଟିଭି ଫୁଟେଜରେ ଥିବା ଦୃଶ୍ୟରେ, ଯୁବକ ଜଣଙ୍କ ହାତରେ ଧାରୁଆ କଟୁରି ଧରି ଜଣଙ୍କୁ ଗାଳି ଗୁଲଜ କରୁଛି। ପରେ ବାଇକ ଧରି ଚାଲି ଯାଉଛି। ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।