ଅନୁଭବ ଓ ବର୍ଷା ଛାଡପତ୍ର ମାମଲା: ବୁଝାମଣାପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ, ଏଜେନ୍ସି: ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ଛାଡପତ୍ର ମାମଲା ସ୍ଥଗିତ ରହିଲା। ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ଟ୍ରାନ୍ସଫର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । କୋର୍ଟ ପଟିଆଲା ହାଉସକୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସ୍ଥଗିତାଦେଶ ଦେଇଛନ୍ତି କୋର୍ଟ। ଏଥିସହ ଉଭୟ ପକ୍ଷଙ୍କ ମଧ୍ୟରେ କୋର୍ଟ ମଡିଏଟରଙ୍କ ଦ୍ୱାରା ଅପୋଷ ବୁଝାମଣା କରିବା ପାଇଁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏଥିପାଇଁ ଦୁଇ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣପୀଠରେ ମାମଲାର ଶୁଣାଣି ହୋଇଥିଲା ।