- ଭୁବନେଶ୍ୱର: ରାଜ୍ୟରେ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବାବେଳେ କୋଟିଏରୁ ଅଧିକ ଡୋଜ୍ ଟିକାକରଣ ସରିଲାଣି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି। ଏହି ରେକର୍ଡକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ, ଏଯାବତ୍ ୧ କୋଟି ୧ ଲକ୍ଷ ୩ ହଜାର ୬୦୭ ଡୋଜ୍ ଟିକାକରଣ ସରିଲାଣି। ୧୫୬୫ଟି ସରକାରୀ ଡାକ୍ତରଖାନା ସହ ୩୭ଟି ଘରୋଇ ମେଡିକାଲରେ ଟିକାକରଣ କରାଯାଉଛି।