ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ୩,୦୬୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୦୯ଜଣ ଓ ସ୍ଥାନୀୟ ସଂକ୍ରମଣ ୧୨୫୮ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୧୫ ହଜାର ୬୭୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୫୫୫, କଟକରୁ ୨୩୦, ପୁରୀରୁ ୧୭୮, ବାଲେଶ୍ୱରରୁ ୧୪୬, ମୟୁରଭଞ୍ଜରୁ ୧୪୩, ଅନୁଗୁଳରୁ ୧୨୯, ସମ୍ବଲପୁରରୁ ୯୮, କେନ୍ଦ୍ରାପଡ଼ାରୁ ୯୪, ଢେଙ୍କାନାଳରୁ ୯୧, ନୂଆପଡ଼ାରୁ ୮୫, ଜଗତସିଂହପୁରରୁ ୮୩, କନ୍ଧମାଳ ଓ କେନ୍ଦୂଝର ଜିଲ୍ଲାରୁ ୮୧ ଜଣ ରହିଛନ୍ତି।
ଅନ୍ୟପଟେ ଆଜି କରୋନା ଯୋଗୁ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ବାଲେଶ୍ୱର, କଟକ ଓ ଖୋର୍ଦ୍ଧାରୁ ୩ ଲେଖାଏଁ, ପୁରୀରୁ ୨, ବଲାଙ୍ଗିର, ଝାରସୁଗୁଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି। ଫଳରେ କରୋନାଜନିତ ମୃତ୍ୟୁସଂଖ୍ୟା ୮୨୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୩୨ଲକ୍ଷ ୮୫୨ ଜଣଙ୍କ କରୋନା ଟେଷ୍ଟ ହୋଇଥିବାବେଳେ ୨ଲକ୍ଷ ୧୫ ହଜାର ୬୭୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୧ଲକ୍ଷ ୭୭ ହଜାର ୫୮୫ଜଣ ସୁସ୍ଥ ହୋଇଛନ୍ତି ଓ ୮୨୮ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୭ ହଜାର ୨୧୦ ଜଣ ଚିକିତ୍ସିତ ହେଉଛନ୍ତି।