Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଇଏମ୍‌ଆଇ ଭୁବନେଶ୍ୱରର ୧୦ମ ବାର୍ଷିକ ଦୀକ୍ଷାନ୍ତ ସମାରୋହ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଇଏମ୍‌ଆଇ ଭୁବନେଶ୍ୱରର ୧୦ମ ବାର୍ଷିକ ଦୀକ୍ଷାନ୍ତ ସମାରୋହ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନଷ୍ଟିଚ୍ୟୁଟ, ଭୁବନେଶ୍ୱର ଗର୍ବର ସହିତ ଏହାର ଦଶମ ବାର୍ଷିକ ଦୀକ୍ଷାନ୍ତ ସମାରୋହ ଆୟୋଜନ କରି ପିଜିଡିଏମ୍‌ ୨୦୨୦-୨୨ ବ୍ୟାଚର ଗାଜୁଏଟିଂ ଶିକ୍ଷାର୍ଥୀଙ୍କୁ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ଡିଗ୍ରୀ ପ୍ରଦାନ କରିଛି। ଟେକ୍‌ ମହିନ୍ଦ୍ରା ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ସି.ପି. ଗୁରନାନି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ଭି. ଅଗ୍ରୱାଲ, ଗ୍ରୁପ୍‌ ସଭାପତି-ଏଚ୍ଆ‌ର୍‌ ଏବଂ ବୋର୍ଡ ସଦସ୍ୟ ଆରପିଏସଜି ଗ୍ରୁପ ଗ୍ରୂଜୁଏଟିଂ ଶିକ୍ଷାର୍ଥୀମାନଙ୍କୁ ଡିପ୍ଲୋମା ଡିଗ୍ରୀ ପ୍ରଦାନ କରିଥିଲେ।

ଆରମ୍ଭରେ, ଆଇଏମଆଇ ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ରମେଶ ବେହେଲ ସ୍ବାଗତ ଭାଷଣ ପ୍ରଦାନ କରି ବାର୍ଷିକ ଏକାଡେମିକ ରିପୋର୍ଟ ଉପସ୍ଥାପନ କରିଥିଲେ। ଗ୍ରାଜୁଏଟିଂ ଶିକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକମାନଙ୍କୁ ସେ ସ୍ବାଗତ କରିଥିଲେ। ପ୍ରଫେସର ବେହେଲ ଇନଷ୍ଟିଚ୍ୟୁଟର ସଫଳତା ସମ୍ପର୍କରେ ସୂଚନା ପ୍ରଦାନ କରି କହିଥିଲେ ଯେ, ଏହା ଏନଏଏସି ଏବଂ ଏନବିଏ ଦ୍ୱାରା ସ୍ବୀକୃତି ପ୍ରାପ୍ତ। ଏହା ସହିତ ଆଗାମୀ ପାଞ୍ଚ ବର୍ଷ ପାଇଁ ଆସୋସିଏଶନ ଅଫ ଏମବିଏଏସ(ଏଏମବିଏ) ଦ୍ୱାରା ଅନ୍ତର୍ଜାତୀୟ ମାନ୍ୟତା ପ୍ରାପ୍ତ।

ସେ ସୂଚନା ଦେଇଥିଲେ ଯେ ଦକ୍ଷତା ବିକାଶ, ଉଦ୍ୟୋଗ୍ୟତା, ତାଲିମ, ଅନୁସନ୍ଧାନ ଏବଂ ପରାମର୍ଶ ପାଇଁ ଇନୋଭେଶନ ଆଣ୍ଡ ମ୍ୟାନେଜମେଣ୍ଟ ଲାଗି ଏକ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ପାଇଁ ଆଇଏମଆଇ ଭୁବନେଶ୍ୱର ଗ୍ରାଣ୍ଟ ଥର୍ନଟନ ଭାରତ ଏଲଏଲପି ସହିତ ଏକ ଏମଓୟୁ ସ୍ବାକ୍ଷର କରିଛି। ଅନୁସନ୍ଧାନ ଏବଂ ପ୍ରକାଶନ ଦିଗରେ ଅଧ୍ୟାପକଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଥିଲେ। ଯେହେତୁ ଗତ ଶିକ୍ଷାବର୍ଷରେ ଅନୁଷ୍ଠାନ ୫୪ ସ୍କୋପସ-ଇଣ୍ଡେକ୍ସଡ ରିସର୍ଚ୍ଚ ପେପର ପ୍ରକାଶ କରିଥିଲା। ପ୍ରଫେସର ବେହେଲ ଶିକ୍ଷାର୍ଥୀମାନଙ୍କୁ ସେମାନଙ୍କର ମିଳିତ ପ୍ରୟାସ ଦ୍ୱାରା ନିଜ ଇଛାମୁତାବକ ପସନ୍ଦର ପ୍ଲେସମେଣ୍ଟ ହାସଲ କରିଥିବାରୁ ଅଭିନନ୍ଦନ ଜଣାଇବା ସହ ଅନୁଷ୍ଠାନ ଉପରେ ବିଶ୍ୱାସ ପ୍ରକାଶ କରି ଏକ୍ଷେତ୍ରରେ ଆଗକୁ ଆସିଥିବା କମ୍ପାନୀମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଥିଲେ।

ମୁଖ୍ୟଅତିଥି ସି.ପି. ଗୁରନାନି ପିଜିଡିଏମ୍‌ ୨୦୨୦-୨୨ ବ୍ୟାଚର ଶିକ୍ଷାର୍ଥୀ ଆକାଶ ଚୌଧୁରୀ ଏବଂ ସୁଶ୍ରୀ ପଦକ ମହେସ୍ବତା ସାହୁଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ଶ୍ରୀ ସି.ପି. ଗୁରନାନି ଡ.ରାମ ପ୍ରସାଦ ଗୋଏଙ୍କା ବେଷ୍ଟ ଷ୍ଟୁଡେଣ୍ଟ ମେଡାଲ ରୋହିତ ଜୈନଙ୍କୁ ପ୍ରଦାନ କରିଥିବାବେଳେ ଏବଂ ମହେସ୍ବତା ସାହୁଙ୍କୁ ଓଭର ଅଲ କଣ୍ଟ୍ରିବ୍ୟୁଶନ ପାଇଁ ଡାଇରେକ୍ଟରର୍ସ ମେଡାଲ ପ୍ରଦାନ କରିଥିଲେ। ସେ ଦୀକ୍ଷାନ୍ତ ସମାରୋହରେ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ପାସ ହୋଇଥିବା ପିଜିଡିଏମ ବ୍ୟାଚକୁ ଅଭିନନ୍ଦନ ଜଣାଇଥିଲେ। ସେ ସଫଳତା ମନ୍ତ୍ର ଭାବେ ଏବିସିଡିଇ ଅର୍ଥାତ ଅଲଟରନେଟିଭ୍‌ ଥିଙ୍କିଙ୍ଗ, ବିଆସ୍‌ ଫର ଆକ୍ସନ, କ୍ଲୋଜିଂ, ବିଙ୍ଗ ଡେଭିନେଟିଭ୍‌ ଏବଂ ଏକ୍ସଟ୍ରିମ୍‌ ଓନରଶିପ୍‌ ଉପରେ ଗୁରୁତ୍ୱାରୋପ କରିଥିଲେ।

ସେ ଛାତ୍ରମାନଙ୍କୁ ପଦକ୍ଷେପ ନେବାକୁ, ଏକ ସ୍ପଷ୍ଟ ଦର୍ଶନ, ସକରାତ୍ମକ ମନୋଭାବ ପୋଷଣ କରିବାକୁ ପରାମର୍ଶ ଦେଇଥିଲେ ଏବଂ ନୂତନ ଯୁଗର ପରିଚାଳକମାନଙ୍କୁ ଦୟାଳୁ, ସୃଜନଶୀଳ ଏବଂ ସାହସୀ ହେବାକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ମାନ୍ୟଗଣ୍ୟ ବ୍ୟକ୍ତି, ବରିଷ୍ଠ ସରକାରୀ କର୍ମଚାରୀ, ବ୍ୟବସାୟୀ, ଆଇଏମଆଇ ଭୁବନେଶ୍ୱରର ଗଭର୍ନର୍ସ ବୋର୍ଡର ସଦସ୍ୟ ଏବଂ ଗ୍ରାଜୁଏଟିଂ ଶିକ୍ଷାର୍ଥୀଙ୍କ ଅଭିଭାବକ ଯୋଗ ଦେଇଥିଲେ।