ବେଆଇନ ବନ୍ଧୁକ କାରବାର ବେଳେ ଏସଟିଏଫର ଚଢ଼ଉ, ୨ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆନ୍ତଃରାଜ୍ୟରେ ଚୋରା ବନ୍ଧୁକ କାରବାର ଚାଲୁଥିବା ବେଳେ ଏସଟିଏଫ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିଛି। ଏଥିସହିତ ସେମାନଙ୍କ ନିକଟରୁ ୫ଟି ୭ଏମଏମ ବନ୍ଧୁକ, ୭ଟି ମାଗାଜିନ ଓ ୭ଟି ଜୀବନ୍ତ ଗୁଳି ଜବତ ହୋଇଛି।

ଭଦ୍ରକର ରଣିତାଲ ଅଞ୍ଚଳରେ ବେଆଇନ ବନ୍ଧୁକ ଚୋରା ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବରପାଇ ଏସଟିଏଫ୍ ଚଢ଼ଉ କରିଥିଲା। ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ବିହାରର ମୁନଗର ଜିଲ୍ଲାର ରବିନ୍ଦ୍ର ପ୍ରସାଦ ଓ ଅନ୍ୟଜଣେ ବାଲେଶ୍ୱର ଜିଲ୍ଲାର ବିଶ୍ୱନାଥ ବିଶୋଇ। ଏସଟିଏଫ ପୁଲିସ ସେମାନଙ୍କ ବିରୋଧରେ ବନ୍ଧୁକ ଚୋରା ଚାଲାଣ ମାମଲା ରୁଜୁ କରି କୋର୍ଟ ଚାଲାଣ କରିବା ସହିତ ତଦନ୍ତ ଜାରି ରଖିଛି।

ସେହିପରି ଗତ ୧ ବର୍ଷ ମଧ୍ୟରେ ବେଆଇନ ଅସ୍ତ୍ରଶସ୍ତ୍ର ଓ ଗୁଳି କାରବାରରେ ପୁଲିସ ୨୭ଟି ବନ୍ଧୁକ, ୬୧ଟି ଜୀବନ୍ତ ଗୁଳି ଓ ଅନେକଙ୍କୁ ଗିରଫ କରିଛି।