ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ୟୁନିଟାରୀ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୟୁନିଟାରୀ ବିଶ୍ୱବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଛନ୍ତି।

ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ ବହୁପୁରାତନ ଓ ପ୍ରସିଦ୍ଧ କଲେଜ ଏବଂ ଏଠାରୁ ବହୁ ଛାତ୍ରଛାତ୍ରୀ ପାସ ଆଉଟ ହୋଇ ବିଭିନ୍ନ କ୍ଷେତ୍ରରେ ଉଚ୍ଚପଦରେ ଅଛନ୍ତି। ତେବେ ଏହି ମାନ୍ୟତା ପରେ ଦକ୍ଷିଣ ଓଡ଼ିଶାର ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବେ। ଏଥିସହିତ ଗବେଷଣାକୁ ପ୍ରୋତ୍ସାହିତ କରୁଥିବା ଏକ ନୂତନ ଏକାଡେମିକ ଯାତ୍ରା ଆରମ୍ଭ ହେବ।