ବୀରମିତ୍ରପୁର ନାବାଳିକା ଗର୍ଭପାତ ଘଟଣାରେ ଆଇଆଇସି ନିଲମ୍ବିତ

ସୁନ୍ଦରଗଡ଼,ଏନ୍ଏନ୍ଏସ୍: ସୁନ୍ଦରଗଡ଼ ବୀରମିତ୍ରପୁରରେ ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଆଜି ବୀରମିତ୍ରପୁର ଥାନା ଆଇଆଇସି ଆନନ୍ଦ ମାଝୀଙ୍କୁ ନିଲମ୍ବିତ କରାଯାଇଛି। କାର୍ଯ୍ୟରେ ଅବହେଳା ଓ ବେଆଇନ କାର୍ଯ୍ୟକଳାପ ଯୋଗୁଁ ତାଙ୍କୁ ନିଲମ୍ବିତ କରାଯାଇଥିବା ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି କବିତା ଜଲାନ ସୂଚନା ଦେଇଛନ୍ତି। ତେବେ ଏହି ଗର୍ଭପାତ ମାମଲାକୁ ଜଣେ ଡିଏସପି ତଦନ୍ତ କରୁଛନ୍ତି। ଏଥିସହିତ ଏହି ଘଟଣାରେ ୬ ଜଣଙ୍କ ନାମରେ ରାୟବୋଗା ଥାନାରେ ମାମଲା ରୁଜୁ ହୋଇଛି।