ବାହାରିଲା ଆଇଏଏସ୍ ରେଜଲ୍ଟ: ଇଶିତା କିଶୋର ଟପ୍ପର

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଆଇଏଏସ୍ ୨୦୨୨ର ପରୀକ୍ଷାଫଳ ପ୍ରକାଶ ପାଇଛି। ଏଥିରେ ମୋଟ ୯୩୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାବେଳେ ଆଇଏସରେ ୧୮୦, ଆଇଏଫଏସରେ ୩୮ ଓ ଆଇପିଏସ ୨୦୦ ଜଣ ରହିଛନ୍ତି । ମେରିଟ ଲିଷ୍ଟରେ ଇଶିତା କିଶୋର ଟପ୍ପର ହୋଇଛନ୍ତି । ସେହିପରି ଗୋରିମା ଲୋହିୟା ୨ୟ ଓ ଉମା ହାରାଥି ଏନ ୩ୟ ସ୍ଥାନ ପାଇଛନ୍ତି ।

ଅନ୍ୟପଟେ ଓଡ଼ିଶାର ଥରୁଣ ପଟ୍ଟନାୟକ ମାଦଳା ୩୩, ଅନୁପ ଦାସ ୩୮, ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କ୍ରିତକା ମିଶ୍ର ୬୬, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩, ପ୍ରଶାନ୍ତ ରାଜ ୯୭, ସିଦ୍ଧାର୍ଥ ମିଶ୍ର ୧୦୬, ସୌମ୍ୟରଞ୍ଜନ ଦାସ ୧୩୬, ସୋନାଲି ମିଶ୍ର ୧୪୦, ଦୁର୍ଗା ପ୍ରସାଦ ଅଧିକାରୀ ୧୬୨, ସତ୍ୟ ପ୍ରକାଶ ମିଶ୍ର ୨୬୧, ସାକ୍ଷୀ ମିଶ୍ର ୨୯୯, ଆୟୁଷୀ ପ୍ରଧାନ ୩୩୪ ଓ ଦିବ୍ୟା ଜୈନ ୩୬୩ ସ୍ଥାନ ପାଇଛନ୍ତି ।