ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ସହ ଝଡ଼ ତୋଫାନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଅପରାହ୍ଣରେ ପ୍ରବଳ ମାତ୍ରାରେ ଝଡ଼ ତୋଫାନ ହେବା ସହ କୁଆପଥର ବର୍ଷା ହୋଇଛି। ଏହି ଅଦିନିଆ ବର୍ଷା ଓ ତୋଫାନରେ ଗଛ ଭାଙ୍ଗିଯାଇଥିବା ବେଳେ ପରିପରିବା ଫସଲ ନଷ୍ଟ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ବ୍ୟାପକ ପନିପରିବା ଫଲସ ନଷ୍ଟ ହୋଇଯାଇଛି। ସେହିପରି ଅନେକ ସ୍ଥାନରେ ବିଦ୍ୟୁତ୍ ସରାବରାହ ବିଚ୍ଛିନ୍ନ ହୋଇଯାଇଛି।

ଏହି ବର୍ଷା ପାଖାପାଖି ଏକ ଘଣ୍ଟା ଲାଗି ରହିବା ସହ ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଥିଲା। ଏହା ପୂର୍ବରୁ ସକାଳୁ ଭୁବନେଶ୍ୱରରେ ଝିପିଝିପି ବର୍ଷା ଅନୁଭୂତ ହୋଇଥିଲା। ଏଥିସହ ଚାଷୀମାନେ ନଷ୍ଟ ହୋଇଥିବା ପନିପରିବା ପାଇଁ ସହାୟତା ଲୋଡ଼ିଛନ୍ତି।