ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଲା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସରକାରୀ ମେଡିକାଲ କଲେଜର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡ ବଢ଼ିଛି। ରାଜ୍ୟ ସରକାର ହାଉସ ସର୍ଜନଙ୍କ ଷ୍ଟାଇପେଣ୍ଡକୁ ୨୦ରୁ ୨୮ ହଜାରକୁ ବୃଦ୍ଧି କରିଛନ୍ତି। ଏନେଇ ଡିଏମଇଟିଙ୍କୁ ସ୍ୱାସ୍ଥ୍ୟ ବିଭାଗର ଉପସଚିବ ଚିଠି ଲେଖିଛନ୍ତି। ୨୦୨୧ ଜାନୁଆରୀରୁ ୩ ବର୍ଷ ପାଇଁ ଏହି ନୂଆ ଷ୍ଟାଇପେଣ୍ଡ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ହାଉସ ସର୍ଜନ ସଂଘ ଷ୍ଟାଇପେଣ୍ଡ ବୃଦ୍ଧି ଦାବିରେ ଆନ୍ଦୋଳନ ଧମକ ଦେଇଥିଲେ। ଆଉ ଷ୍ଟାଇପେଣ୍ଡ ବୃଦ୍ଧି ହେବା ପରେ ସଂଘ ଆନ୍ଦୋଳନ ନିଷ୍ପତ୍ତିରୁ ଓହରି ଯାଇଛି।