ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୧୦୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୬୩ଜଣ ଓ ସ୍ଥାନୀୟ ସଂକ୍ରମଣ ୪୫ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୪ହଜାର ୯୫୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ୧୨, ସମ୍ବଲପୁର ଓ ବାଲେଶ୍ୱରରୁ ୧୦ ଲେଖାଏଁ, କଟକରୁ ୯, ଅନୁଗୁଳ, ବରଗଡ଼ ଓ ନୂଆପଡ଼ାରୁ ୮ ଲେଖାଏଁ, ପୁରୀ ଓ ଯାଜପୁରରୁ ୭ ଲେଖାଏଁ, ଜଗତସିଂହପୁର, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୁ ୪ ଲେଖାଏଁ, ରାୟଗଡ଼ା, କେନ୍ଦ୍ରାପଡ଼ା ଓ ଗଜପତିରୁ ୩ ଲେଖାଏଁ, ଦେଓଗଡ଼ ଓ ମୟୁରଭଞ୍ଜରୁ ୨ ଲେଖାଏଁ, କଳାହାଣ୍ଡି, ନୟାଗଡ଼ ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୬ଲକ୍ଷ ୮୫ହଜାର ୭୭୬ କରୋନା ଟେଷ୍ଟ ହୋଇଥିବାବେଳେ ୩ଲକ୍ଷ ୩୪ହଜାର ୯୫୮ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେହିପରି ୩ଲକ୍ଷ ୩୧ହଜାର ୮୨୪ ଜଣ ସୁସ୍ଥ ହୋଇଛନ୍ତି, ୧୯୦୬ ଜଣଙ୍କର ମୃତ୍ୟୁ ଘଟିଛି ଓ ୧୧୭୫ ଜଣ ଚିକିତ୍ସିତ ହେଉଛନ୍ତି।