Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୫୩୩ ଟଙ୍କା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହୋମଗାର୍ଡଙ୍କ ଦୈନିକ ପାରିଶ୍ରମିକ ୫୩୩ ଟଙ୍କା

କଟକ,ଏନ୍ଏନ୍ଏସ୍: ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ହୋମଗାର୍ଡମାନଙ୍କୁ ଦୈନିକ ୫୩୩ ଟଙ୍କା ଲେଖାଏଁ ପ୍ରାପ୍ୟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କାର୍ଯ୍ୟରତ ସବୁ ହୋମଗାର୍ଡଙ୍କ ପାଇଁ ଏହି ନିର୍ଦ୍ଦେଶ ଲାଗୁ ହେବ ବୋଲି ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ୍ ରଫିକ୍ ଓ ବିଚାରପତି ଏକେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟରେ କାର୍ଯ୍ୟରତ ୧୭, ୬ ୭୫ ଜଣ ହୋମଗାର୍ଡ ଏହାର ସୁଫଳ ପାଇବେ। ଚଳିତବର୍ଷ ଜାନୁୟାରୀ ମାସରୁ ପିଛିଲା ଭାବେ ଏହା ଲାଗୁ ହେବ ବୋଲି ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ଅଦାଲତଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ମୁତାବକ ହୋମଗାର୍ଡମାନେ ପୁଲିସ୍ କର୍ମଚାରୀଙ୍କ ଭଳି କାର୍ଯ୍ୟ କରୁଥିବାବେଳେ ସେମାନଙ୍କୁ ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରାଯାଉନାହିିଁ ବୋଲି ଅଭିଯୋଗ ହୋଇଥିଲା। ଏନେଇ ସୁପ୍ରିମକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିଲା। ୨୦୧୫ରେ ସର୍ବୋଚ୍ଚ ଅଦାଲତ ଏପରି ମାମଲାର ଶୁଣାଣି କରି ହୋମଗାର୍ଡଙ୍କ ସର୍ବନିମ୍ନ ପ୍ରାପ୍ୟ ପ୍ରଦାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଥିଲେ। ପୁଲିସ୍ ବିଭାଗର ସର୍ବନିମ୍ନ ଦରମାକୁ ଆଧାର କରି ହୋମଗାର୍ଡଙ୍କୁ ସମାନ ପ୍ରାପ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୧୯ରେ ହୋମ୍ଗାର୍ଡ ଡିଜି ହୋମଗାର୍ଡମାନଙ୍କୁ ସର୍ବନିମ୍ନ ଦରମା ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ତେବେ ରାଜ୍ୟ ସରକାର ଡିଜିଙ୍କ ଏପରି ପ୍ରସ୍ତାବକୁ କାର୍ଯ୍ୟକାରୀ କରିନଥିଲେ। ଫଳରେ ଏ ନେଇ ପ୍ରକାଶ ଜେନା ଓ ଅନ୍ୟ ଦୁଇ ଜଣଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଅଧିକାଂଶ ରାଜ୍ୟରେ ହୋମ୍ଗାର୍ଡଙ୍କ ଦରମା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶାନାମାକୁ କାର୍ଯ୍ୟକାରୀ କରାଯାଇଥିଲେ ମଧ୍ୟ ଓଡ଼ିଶାରେ ଏହା କାର୍ଯ୍ୟକାରୀ କରାଯାଇନାହିଁ। ରୁଜୁ ମାମଲାରେ ଆବେଦନକାରୀ ରାଜ୍ୟ ସରକାରଙ୍କ ଗୃହ ବିଭାଗ ସଚିବ, କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ସଚିବ, ପୁଲିସ୍ ଡିଜି, ଫାୟାର୍ ଏବଂ ହୋମଗାର୍ଡ ଡିଜି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରିଥିଲେ। ଅଦାଲତ ମାମଲାର ଶୁଣାଣି କରି ହୋମଗାର୍ଡଙ୍କ ସର୍ବନିମ୍ନ ଦରମା ଦୈନିକ ୫୩୩ ଟଙ୍କା ଲେଖାଏଁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ହୋମଗାର୍ଡଙ୍କ ଦରମା ପ୍ରସଙ୍ଗରେ ୨୦୧୬ରେ ପ୍ରଦାନ କରିଥିବା ଆଦେଶନାମାକୁ କାର୍ଯ୍ୟକାରୀ କରିବାକୁ ହାଇକୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟ ଅଦାଲତଙ୍କ ଜଣିକିଆ ବିଚାରପତିଙ୍କ ରାୟକୁ କାଏମ ରଖିଥିବାବେଳେ ରାଜ୍ୟ ସରକାରଙ୍କ ଆବେଦନକୁ ଖାରଜ କରିଛନ୍ତି। ଆଜି ମାମଲାର ଶୁଣାଣିବେଳେ ହାଇକୋର୍ଟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ହୋମଗାର୍ଡଙ୍କୁ ଦୈନିକ ୩୦୦ ଟଙ୍କା ଲେଖାଏଁ ଦିଆଯାଉଛି ଏବଂ ସେମାନଙ୍କର ଦରମା ଚୁକ୍ତିଭିତ୍ତିକ କନଷ୍ଟେବଳଙ୍କ ସହିତ ସମାନ। ସେମାନଙ୍କୁ ପ୍ରତିମାସରେ ସମାନ ଦରମା ମିଳିଥାଏ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଓଡ଼ିଶାରେ ହୋମଗାର୍ଡମାନେ ଦୀର୍ଘ ଦିନ ଧରି ହଇରାଣ ହୋଇଆସୁଛନ୍ତି। ସେମାନଙ୍କୁ ଦୈନିକ ୨୪୦ ଟଙ୍କା ଲେଖାଏଁ ଦିଆଯାଉଥିବାରୁ ମାସକୁ ସେମାନେ ୭,୨୦୦ ଟଙ୍କା ପାଇଥାନ୍ତି। ଏହି ଦରମା କନଷ୍ଟେବଳଙ୍କ ଦରମା ସହ ସମାନ ନୁହେଁ। ଶ୍ରମ ଆୟୁକ୍ତଙ୍କ ନିର୍ଦ୍ଦେଶାନାମା ଅନୁସାରେ କୁଶଳୀ ଶ୍ରମିକ ଦୈନିକ ୩୩୮ ଟଙ୍କା ପାଉଥିବାବେଳେ ଅତି କୁଶଳୀ ଶ୍ରିମକମାନେ ଦୈନିକ ୪୩୮ ଟଙ୍କା ପାଇଥାନ୍ତି। ଉପରୋକ୍ତ ପ୍ରସଙ୍ଗରେ ହାଇକୋର୍ଟଙ୍କ ଜଣିକିଆ ବିଚାରପତି ଦେଇଥିବା ରାୟ ଯଥାର୍ଥ ଅଟେ। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ପରିଚାଳନା କରୁଥିଲେ।