ରିଷିଙ୍କ ଘର ବାହୁଡା

ଦୀର୍ଘ ଦିନ କ୍ୟାନ୍ସର ସହ ସଂଗ୍ରାମ କରି ଶେଷରେ ଜିତିଛନ୍ତି ବଲିଉଡ୍ ଭେଟରାନ ନାୟକ ରିଷି କପୁର। ୬୭ ବର୍ଷିୟ ରିଷି ଅନେକ ଦିନ ଡାକ୍ତରଖାନାରେ ନ୍ୟୁଉର୍କରେ ଚିକିତ୍ସିତ ହେବାପରେ ମଙ୍ଗଳବାର ଭାରତ ପ୍ରତ୍ୟବର୍ତ୍ତନ କରିଛନ୍ତି। ଏ ନେଇ ସେ ‘ଘରକୁ ପ୍ରତ୍ୟାବର୍ତ୍ତନ, ୧୧ମାସ ୧୧ଦିନ’ ବୋଲି ଟ୍ୱିଟ କରିଥିଲେ। ମଙ୍ଗଳବାର ମୁମ୍ବାଇ ଏୟାରପୋର୍ଟରେ ରିଷି ଆସିବା ଅବସରରେ ଅନେକ ପ୍ରଂଶସକ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ତାଙ୍କ ସହିତ ପତ୍ନୀ ନିତୁ କପୁର ଥିଲେ। ରିଷିଙ୍କ ଅସୁସ୍ଥତା ସମୟରେ ତାଙ୍କର ଝିଅ ରିଧିମାଙ୍କୁ ନ୍ୟୁଅର୍କ ଓ ଭାରତ ଅପଡାଉନ୍ କରିବାକୁ ପଡୁଥିଲା। ଏହା ଭିତରେ ଅନେକ ସେଲିବ୍ରିଟି ରିଧିମାଙ୍କୁ ଦେଖାକରି ଆତ୍ମବଳ ବଢ଼ାଉତିଲେ।