Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୦୧୯-୨୦ସୁଦ୍ଧା ନିର୍ମାଣ ହେବ ୭୦୦୦ କିଲୋମିଟର ରାସ୍ତା ଓ ୧୮୧ ସେତୁ ! – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୦୧୯-୨୦ସୁଦ୍ଧା ନିର୍ମାଣ ହେବ ୭୦୦୦ କିଲୋମିଟର ରାସ୍ତା ଓ ୧୮୧ ସେତୁ !

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ୨୦୧୯-୨୦ ଆର୍ଥକ ବର୍ଷରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପଞ୍ଚାୟତ ସ୍ତରରେ ହେଉଥିବା କାମକୁ ସଫଳତାର ସହ କରିବାରେ ଓଡ଼ିଶାର ବେଶ ସୁନାମ ରହିଛି। ପୂର୍ବରୁ ଏଥିପାଇଁ ଜାତୀୟ ସ୍ତରରେ ଅନେକବାର ପୁରସ୍କୃତ ମଧ୍ୟ ହୋଇସାରିଛି। ନିର୍ବାଚନୀ ଇସ୍ତହାରରେ ଦେଇଥିବା ପ୍ରତିଶ୍ରୁତି ପାଳନ ସାଙ୍ଗକୁ ଗାଁକୁ ବିକାଶ ପହଞ୍ଚାଇବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗମନାଗମନ କ୍ଷେତ୍ରକୁ ପ୍ରଧାନ୍ୟ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ସରକାର କରିବା ପରେ ଏହାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକ ବର୍ଷରେ ପାଖାପାଖି ୩ ହଜାର କିଲୋମିଟର ଗ୍ରମୀଣ ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୬୯୯୫.୦୫ କିଲୋମିଟର ରାସ୍ତା ପାଇଁ ଅନୁଦାନ ମିଳିସାରିଥିବା ବେଳେ ରାଜ୍ୟରେ ୨୦୧୯ ମାର୍ଚ୍ଚ ମାସ ସୁଦ୍ଧା ୪୨୯୧.୦୫ କିଲୋମିଟର ରାସ୍ତା ନିର୍ମାଣ ସରିଛି। ବଳକା ୨୭୦୪ କିଲୋମିଟର ରାସ୍ତା ୨୦୧୯-୨୦ ମସିହାରେ ନିର୍ମାଣ ସାରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଛି।

ସେହିପରି ୨୦୧୯-୨୦ ଆର୍ଥିକ ବର୍ଷରେ ୧୮୧ଟି ସେତୁ ନିର୍ମାଣ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବଜେଟରେ ପ୍ରାୟ ୫୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ତେବେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଅନୁଯାୟୀ ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୧୩୩୨ଟି ସେତୁ ନିର୍ମାଣ ସରିଛି। ଏଥିମଧ୍ୟରୁ ୫୩୬ଟି ସେତୁ ଗ୍ରାମୀଣ ରାସ୍ତାକୁ ସଂଯୋଗ କରୁଥିବା ବେଳେ ୭୯୬ଟି ସେତୁ ପଞ୍ଚାୟତ ସ୍ତରୀୟ ରାସ୍ତାକୁ ଯୋଡୁଛି।

ଏହା ବାବଦକୁ ରାଜ୍ୟ ସରକାର ସର୍ବମୋଟ ୬୧୧୯ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଅନ୍ୟପକ୍ଷରେ କେବିକେ ଜିଲ୍ଲା ଗୁଡ଼ିକରେ ଗମନାଗମନ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହୋଇଛି। ପ୍ରାୟ ୭୮ଟି ଗ୍ରାମୀଣ ରାସ୍ତା ନିର୍ମାଣ କରାଯାଉଥିବା ବେଳେ ଏଥିମଧ୍ୟରେ ୩୮ଟି ପ୍ରକଳ୍ପ ଶେଷ ହୋଇଛି। ଆଉ ୩୮ଟି ରାସ୍ତାର ନିର୍ମାଣ କାର୍ଯ୍ୟ ଜାରି ରହିଛି। ସେହିପରି ଆନ୍ଧ୍ର ଓ ଓଡ଼ିଶା ମଧ୍ୟରେ କୋଟିଆକୁ ନେଇ ଛକାପଞ୍ଝା ଜାରି ରହିଥିବା ବେଳେ ଏହି ଅଞ୍ଚଳର ବିକାଶକୁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି।

ଏଥିପାଇଁ କୋଟିଆ ସମେତ ଏହାର ଆଖପାଖ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୬ଟି ରାସ୍ତା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିମଧ୍ୟରୁ ଗତ ଜୁଲାଇ ମାସରେ ଦୁଇଟି ରାସ୍ତାର ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ସେପ୍ଟେମ୍ବର ସୁଦ୍ଧା ଗୋଟିଏ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହେବ। ସେହିପରି ଅନ୍ୟ ଦୁଇଟି ରାସ୍ତା ଆସନ୍ତା ଡିସେମ୍ବର ଓ ଗୋଟିଏ ରାସ୍ତା ୨୦୨୦ ମେ ମାସ ସୁଦ୍ଧା ସାରିବା ପାଇଁ ବିଭାଗ ଲକ୍ଷ୍ୟ ରଖିଛି। ଉକ୍ତ ଗ୍ରାମକୁ ସଂଯୋଗ କରୁଥିବା ଏକ ରାସ୍ତାରେ ୯୦ ମିଟରର ଗୋଟିଏ ବ୍ରିଜ ନିର୍ମାଣ ପାଇଁ ଟେଣ୍ଡର କରାଯାଇଛି।