Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ହୀରାକୁଦ ଡ୍ୟାମର ୧୨ଟି ଗେଟ୍ ଖୋଲିଲା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ହୀରାକୁଦ ଡ୍ୟାମର ୧୨ଟି ଗେଟ୍ ଖୋଲିଲା

ସମ୍ବଲପୁର,ଏନ୍ଏନ୍ଏସ୍: ଉପରମୁଣ୍ଡ ଓ ତଳମୁଣ୍ଡରେ ବର୍ଷା ଜାରି ରହିଥିବା ବେଳେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଗତକାଲି ଡ୍ୟାମର ୧୨ଟି ସ୍ଲୁଇସ୍ ଗେଟ୍ ଖୋଲା ଥିବା ବେଳେ ଆଜି ସକାଳୁ ପର୍ଯ୍ୟାୟକ୍ରମେ ୬ଟି ଗେଟକୁ ବନ୍ଦ କରାଯାଇଥିଲା, କିନ୍ତୁ ସନ୍ଧ୍ୟାରୁ ପୁଣି ଆଉ ୬ଟି ଗେଟ୍ ଖୋଲାଯାଇଛି।

ଡ୍ୟାମ୍ କଣ୍ଟ୍ରୋଲରୁମ୍ ସୂତ୍ରରୁ ସୂଚନା ଅନୁଯାୟୀ ଡ୍ୟାମ୍ ଜଳଭଣ୍ଡାର ଜଳସ୍ତର ୬୨୫.୪୫ ଫୁଟ ରହିଥିବା ବେଳେ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୩ ହଜାର ୭୮୦ ଘନଫୁଟ ଜଳ ପ୍ରବେଶ କରୁଛି। ଡ୍ୟାମ୍ ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ୧ଲକ୍ଷ ୯୦ହଜାର ଘନଫୁଟ୍ ଜଳ ସିଧାସଳଖ ମହାନଦୀକୁ ନିଷ୍କାସନ କରାଯାଉଛି।

ଏହା ସହିତ ପାୱାର ଚେନାଲରେ ୧୮ ହଜାର ୪୬୪, କେନାଲ ବ୍ୟବସ୍ଥାରେ ୨ ହଜାର ୪୦୨ ଘନଫୁଟ୍ ଜଳ ନିଷ୍କାସନ କରାଯାଉଥିବା ବେଳେ ଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରତି ସେକେଣ୍ଡରେ ୧୭୦ ଘନଫୁଟ୍ ଜଳ ଯୋଗାଇ ଦିଆଯାଉଛି।

ଶୁକ୍ରବାର ସକାଳୁ ଶନିବାର ସକାଳ ସୁଦ୍ଧା ଡ୍ୟାମ୍ ଉପରମୁଣ୍ଡ ଓ ତଳମୁଣ୍ଡରେ ହାରାହାରି ବୃଷ୍ଟିପାତ ଯଥାକ୍ରମେ ୨୫.୬୮ ଓ ୫୧.୩୧ ମିମି ରେକର୍ଡ କରାଯାଇଛି। ଆଜି ଅପରାହ୍ନ ୩ଟାରେ ଡ୍ୟାମ୍ ତଳମୁଣ୍ଡରେ ମହାନଦୀରେ ପ୍ରତି ସେକେଣ୍ଡରେ ପର୍ଥଲାରେ ୨ ଲକ୍ଷ ୪୧ ହଜାର ୩୭୦, ଖଇରମାଲରେ ୫ ଲକ୍ଷ ୩୪ ହଜାର, ବରମୁଳରେ ୬ ଲକ୍ଷ ୬ ହଜାର ୬୨୫ ଏବଂ ମୁଣ୍ଡୁଳିରେ ୪ ଲକ୍ଷ ୫୩ ହଜାର ଘନଫୁଟ୍ ଜଳ ପ୍ରବାହିତ ହେଉଛି। ବରମୁଳ ଓ ମୁଣ୍ଡୁଳିରେ ଜଳପ୍ରବାହ ଆହୁରି ବୃଦ୍ଧି ପାଇବା ଆକଳନ କରାଯାଉଛି।