ଉଚ୍ଚଶିକ୍ଷା ଅନଲାଇନ କ୍ଲାସ ଜୁନ୍ ୧ରୁ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜୁନ୍ ୧ରୁ କଲେଜ ଓ ୟୁନିଭର୍ସିଟିରେ ଅନଲାଇନ କ୍ଲାସ ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ କଲେଜରେ ଅନଲାଇନ କ୍ଲାସ ହେବ ବୋଲି ଜଣାପଡ଼ିଛି। ବର୍ତ୍ତମାନର କରୋନା ସ୍ଥିତି ଅନୁସାରେ ପିଲାମାନେ କ୍ଲାସରେ ବସି ପାଠ ପଢ଼ିପାରିବେ ନାହିଁ। ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ କଲେଜ ହଷ୍ଟେଲ ବନ୍ଦ ରହିବ।