ଓଡ଼ିଶା-ଆନ୍ଧ୍ର ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶା-ଆନ୍ଧ୍ରପ୍ରଦେଶ ମଧ୍ୟରେ ଜାରି ରହିଥିବା ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇଛି। ଏଥିରେ ସମସ୍ତ ସମସ୍ୟାର ସମାଧାନ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହେବ। ଏହି ବୈଠକରେ ଜଳ ବିବାଦ, ସୀମା ସମସ୍ୟା, ଶକ୍ତି ବିଭାଗ, ମାଓବାଦୀ ମୁକାବିଲା ଓ ଗଞ୍ଜେଇ ଚାଷକୁ ନେଇ ଆଲୋଚନା ହୋଇଛି। ଏଥିସହିତ ୨ ରାଜ୍ୟର ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ଆମ୍ବେଦକର ୟୁନିଭର୍ସିଟିରେ ଓଡ଼ିଆ ଓ ବ୍ରହ୍ମପୁର ୟୁନିଭର୍ସିଟିରେ ତେଲୁଗୁ ଚେୟାର ରହିବେ। ଆଲୋଚନା ସରିବା ପରେ ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗମୋହନ ରେଡ୍ଡୀ ଆନ୍ଧ୍ରପ୍ରଦେଶ ଫେରି ଯାଇଛନ୍ତି।