ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ସ୍ଥଗିତ ରଖିବାକୁ ହାଇକୋର୍ଟର ନିର୍ଦ୍ଦେଶ

ଥିରୁଅନନ୍ତପୁରମ୍: ଆସନ୍ତା ଏପ୍ରିଲ ୮ ତାରିଖରେ ଆନ୍ଧ୍ରପ୍ରଦେଶରେ ପଞ୍ଚାୟତ ନିର୍ବାଚନ ହେବାର ଥିଲା। କିନ୍ତୁ ଏବେ ଏହାକୁ ସ୍ଥଗିତ ରଖାଯାଇଛି। ଏନେଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସ୍ଥଗିତ ନେଇ ଆନ୍ଧ୍ର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବିଜ୍ଞପ୍ତିର ଅଳ୍ପଦିନ ମଧ୍ୟରେ ନିର୍ବାଚନ କରାଯାଉଥିବାରୁ ଏହାକୁ ସ୍ଥଗିତ କରାଯାଇଛି।

ସୂଚନାଯୋଗ୍ୟ, ଆସନ୍ତା ୮ ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତିର ମାତ୍ର ୮ ଦିନ ପରେ ଭୋଟ ଗ୍ରହଣ ହେବାକୁ ଥିବାରୁ ଏହାକୁ ବିରୋଧ କରାଯାଇଥିଲା। ସରକାରୀ ବିଜ୍ଞପ୍ତିକୁ ଟିଡିପି ଓ ବିଜେପି ବିରୋଧ କରିଥିଲେ। ଉକ୍ତ ମାମଲାର ବିଚାର କରି ହାଇକୋର୍ଟ ସ୍ଥଗିତ ଆଦେଶ ଦେଇଛନ୍ତି।