ଆକାଶ ପାଠକଙ୍କୁ ଜାମିନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆକାଶ ପାଠକଙ୍କୁ ମିଳିଲା ଜାମିନ। ଟାଟା କମ୍ପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ତାଙ୍କୁ ଜାମିନ ମିଳିଛି। ହାଇକୋର୍ଟ ଜାମିନ ମଞ୍ଜୁର କରିଛି। ବୈଦନାଥପୁର ଥାନାରେ ଠକେଇ ନେଇ ମାମଲା ରୁଜୁ ହୋଇଥିବା ବେଳେ ଆଜି ଏଥିରେ ତାଙ୍କୁ ଜାମିନ ମିଳିଛି।

ସୂଚନା ଅନୁସାରେ ଆକାଶ ଟାଟା କମ୍ପାନୀର ଏମଡ଼ି କହି ଲୋକମାନଙ୍କୁ କମ୍ପାନୀରେ ଚାକିରି ଦେବା କହି ଠକିଥିଲେ। ଏନେଇ ତାଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ଆକାଶଙ୍କ ଜାମିନକୁ ହାଇକୋର୍ଟ ଖାରଜ କରିଥିଲେ। ଫଳରେ ସେ ଜେଲରୁ ମୁକୁଳି ପାରିବେ ନାହିଁ।