ରାଜକୁମାର ଓ ପତ୍ରଲେଖାଙ୍କ ବିବାହରେ ସାମିଲ ହେଲେ ହରିୟାଣା ମୁଖ୍ୟମନ୍ତ୍ରୀ

ଚଣ୍ଡୀଗଡ଼: ବଲିଉଡ ଅଭିନେତା ରାଜକୁମାର ରାଓ ତାଙ୍କ ଲେଡି ଲଭ ପତ୍ରଲେଖାଙ୍କ ସହ ଗତକାଲି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଖାସ୍ କଥାଟି ହେଲା, ଚଣ୍ଡୀଗଡ଼ରେ ହୋଇଥିବା ଦୁହିଁଙ୍କ ରିସେପ୍ସନରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସାମିଲ ହୋଇଥିଲେ । ରାଜକୁମାର ଓ ପତ୍ରଲେଖାଙ୍କ ବିବାହରେ ସାମିଲ ହୋଇଥିବା ନେଇ ନିଜେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ରାଜକୁମାର ରାଓ ହେଉଛନ୍ତି ହରିୟାଣାର ମୂଳ ବାସିନ୍ଦା ।

ସୂଚନାଯୋଗ୍ୟ, ଗତକାଲି ଚଣ୍ଡୀଗଡ଼ରେ ବିବାହ ପରେ ରାତିରେ ନବ ଦମ୍ପତ୍ତି ରିସେପ୍ସନ ପାର୍ଟି ରଖିଥିଲେ । ବିବାହ ସହ ରିସେପ୍ସନରେ ମଧ୍ୟ ଦୁହେଁ ଡିଜାଇନର ସବ୍ୟସାଚ୍ଚୀଙ୍କ ପୋଷାକ ପରିଧାନ କରିଥିଲେ । ଗତକାଲି ସଂଧ୍ୟାରେ ଉଭୟ ରାଜକୁମାର ଓ ପତ୍ରଲେଖା ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ବିବାହ ସମ୍ପର୍କରେ ପ୍ରଶଂସକଙ୍କୁ ଜଣାଇଥିଲେ ।