ଅଧିକ କେନ୍ଦ୍ରୀୟ ବଳ ଦାବୀ କଲେ ହରିୟାଣା ସରକାର

ନୂଆଦିଲ୍ଲୀ: ହରିୟାଣାର ନୂହଁରେ ହୋଇଥିବା ହିଂସା ଥମିବାର ନାଁ ନେଉନାହିଁ । ଗତକାଲି ବିଳମ୍ବିତ ରାତିରେ ନୂହଁସ୍ଥିତ ତାବଡ଼ୁରେ ୨ ଧାର୍ମିକସ୍ଥଳୀରେ ନିଆଁ ଲଗାଯାଇଥିଲା । ଏସପି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ପରେ ଉକ୍ତ ସ୍ଥାନକୁ ସିଲ କରାଯାଇ ପୁଲିସ ବଳକୁ ନିଯୁକ୍ତ କରାଯାଇଥିଲା । ସ୍ଥିତିକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଅଧିକ କେନ୍ଦ୍ରୀୟ ବଳ ନିଯୁକ୍ତ କରିବା ଲାଗି ଦାବୀ କରିଛନ୍ତି ।

ସୂଚନାଯୋଗ୍ୟ, ନୂହଁରେ ଜାରି ରହିଥିବା ହିଂସା ମଧ୍ୟରେ ହସ୍ପିଟାଲରେ ବଜରଙ୍ଗ ଦଳର ଏକ କାର୍ଯ୍ୟକର୍ତ୍ତାଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତକଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି ।