ଘରୋଇ ବିବାହ ମଣ୍ଡପ ପରିସରରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏକ ଘରୋଇ ବିବାହ ମଣ୍ଡପ ପରିସରରୁ ମିଳିଲା ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ। ଏପରି ଘଟଣା ଘଟିଛି ଭୁବନେଶ୍ୱର ଇନଫୋସିଟି ଥାନା ଅଞ୍ଚଳରେ। ମୃତକଙ୍କ ଘର ଯାଜପୁର ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ନାଁ ହେଉଛି ପ୍ରକାଶ ବଳ(୨୬)। ଏପରି ଘଟଣା ଜାଣିବା ପରେ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଛି। ପ୍ରଶାନ୍ତଙ୍କ ଗୋଡ଼ ତଳେ ଲାଗିଥିବାରୁ ପୁଲିସର ସନ୍ଦେହ ସେଥିପାଇଁ ଆହୁରି ବଢିଯାଇଛି। ସେ ଆତ୍ମହତ୍ୟା କରିଛନ୍ତି ନା’ ତାଙ୍କୁ କେହି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇନାହିଁ।

ପ୍ରକାଶ ମଣ୍ଡପର ଜଣେ କର୍ମଚାରୀ ଥିଲେ। ସୂଚନାଯୋଗ୍ୟ ଯେ, ଗତକାଲି ସେ ବିବାହ ମଣ୍ଡପରେ ଆସି ବସିଥିବା ତାଙ୍କ ସହ କାର୍ଯ୍ୟ କରୁଥିବା ଲୋକ ଦେଖିଥିଲେ। ପରେ କାମ ରହିଥିବାରୁ ସହକର୍ମୀମାନେ ଖୋଜା ଖୋଜି କରିଥିଲେ, ହେଲେ ବିବାହ ମଣ୍ଡପରେ ଥିବା ଫ୍ୟାନରେ ପ୍ରକାଶଙ୍କ ମୃତଦେହ ଝୁଲିଥିଲା।