ଭୁବନେଶ୍ୱର,ଏନ୍ଏନ୍ଏସ୍: ପୁଣି ଧରାପଡିଲେ ବନ୍ଧୁକ ବେପାରୀ। କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ପଡିଛନ୍ତି ୨ ବନ୍ଧୁକ ବେପାରୀ। ସେମାନଙ୍କ ନିକଟରୁ ୯ଟି ହାତ ତିଆରି ବନ୍ଧୁକ ଜବତ ହୋଇଛି। ଢେଙ୍କାନାଳ ଭାପୁର ଛକରେ ବନ୍ଧୁକ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡି ବସିଲା ଏସଟିଏଫ। ୨ ବନ୍ଧୁକ ବେପାରୀ ହେଲେ କଟକ ଖୁଣ୍ଟୁଣୀର କାଳନ୍ଦୀ ନାୟକ ଏବଂ ଢେଙ୍କାନାଳ ବାଲିଆମ୍ବର ଶ୍ୟାମସୁନ୍ଦର ସିଠା। ଉଭୟଙ୍କୁ ଗିରଫ କରିବା ପରେ ସେମାନଙ୍କ ଲିଙ୍କ୍ ନେଇ ଖୋଳତାଡ କରୁଛି ଏସଟିଏଫ।