ସ୍ୱାଧୀନତା ଦିବସ ପାଳନ ପାଇଁ ଆସିଲା ଗାଇଡ୍‌ଲାଇନ୍, କୋହଳ ହେବ କଟକଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଚଳିତ ମାସ ୧୫ ତାରିଖରେ ସ୍ୱାଧୀନତା ଦିବସ ପାଳନ ପାଇଁ ଶନିବାର ଗାଇଡ଼ଲାଇନ୍‌ ଜାରି କରାଯାଇଛି। ୧୫ ତାରିଖ ରବିବାର ପଡୁଥିବାରୁ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହାନ୍ତ ସଟଡାଉନ କଟକଣାକୁ କୋହଳ କରାଯାଇଛି। ଦିନ ୧୧ଟା ପର୍ଯ୍ୟନ୍ତ ସଟଡାଉନ୍‌ କଟକଣା କୋହଳ କରାଯିବା ସହ କୋଭିଡ ଗାଇଡଲାଇନ ଭିତରେ ପତାକା ଉତ୍ତୋଳନ ହେବ ବୋଲି ଦର୍ଶାଯାଇଛି। ପତାକା ଉତ୍ତୋଳନ ବେଳେ ୧୦ ଜଣରୁ ଅଧିକ ଏକାଠି ହେବେନି ବୋଲି ଗାଇଡ଼ଲାଇନରେ ଦର୍ଶାଯାଇଛି। କଟକ, ଭୁବନେଶ୍ୱର, ପୁରୀ ସହର ବାହାରେ ୨୦ ଜଣ ଏକାଠି ହୋଇ ପତାକା ଉତ୍ତୋଳନ କରିପାରିବେ ବୋଲି ଦର୍ଶାଯାଇଛି।