Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଶକ୍ତି ବିଭାଗର ୫-ଟି ସମୀକ୍ଷା: ପ୍ରସ୍ତୁତ ହେବ ‘ସବୁଜଶକ୍ତି’ ନକ୍ସା – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଶକ୍ତି ବିଭାଗର ୫-ଟି ସମୀକ୍ଷା: ପ୍ରସ୍ତୁତ ହେବ ‘ସବୁଜଶକ୍ତି’ ନକ୍ସା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଭଳି ଆଜି ବିଜୁଳି ସମସ୍ତଙ୍କ ପାଇଁ ଅତି ଜରୁରୀ ହୋଇପଡ଼ିଛି। ଉପଭୋକ୍ତାଙ୍କ ପାଖରେ ୨୪ ଘଣ୍ଟା ନିରନ୍ତର ବିଜୁଳି ଯୋଗାଇଦେବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ତେଣୁ ସବୁ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ ଆମ ସମସ୍ତଙ୍କର ପ୍ରାଥମିକତା ରହିବା ଉଚିତ ବୋଲି ଶକ୍ତିମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ୫-ଟି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଏଭଳି ମତବ୍ୟକ୍ତ କରିଛନ୍ତି। ଏହାବ୍ୟତୀତ ସେ ବର୍ତ୍ତମାନ ସମୟରେ ସୌରଶକ୍ତି ପରି ସବୁଜଶକ୍ତିର ଉତ୍ପାଦନ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ନକ୍ସା ପ୍ରସ୍ତୁତ କରିବାକୁ ଗୁରୁତ୍ୱ ଦେଇଛନ୍ତି। ସବୁଜଶକ୍ତି ପାଇଁ ବିଭାଗ ଉଦ୍ୟମ କରିବ ଏବଂ ଏକ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଙ୍କଠାରୁ ଆଗୁଆ ପ୍ରସ୍ତୁତି କରୁଥିବା କହିଛନ୍ତି ଦିବ୍ୟଶଙ୍କର। ଏଥି ସହ ବିଭିନ୍ନ ସରକାରୀ ଏବଂ ଘରୋଇ କୋଠାରେ ଅଧିକ ସୌରଶକ୍ତି ଉତ୍ପାଦନ ନିମନ୍ତେ ବ୍ୟବସ୍ଥା ସହ ଆଗାମୀ ଦିନରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବୈଦ୍ୟୁତିକ ଯାନ ବ୍ୟବହାର ନିମନ୍ତେ ଚାର୍ଜିଂଷ୍ଟେସନ୍ ସ୍ଥାପନ ଉପରେ ବୈଠକରେ ଆଲୋଚନା ହୋଇଛି।

ଶନିବାର ଖାରବେଳ ଭବନସ୍ଥିତ ଶକ୍ତି ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜ୍ୟ ସରକାରଙ୍କ ଉପରେ ଓଡ଼ିଶାର ଜନସାଧାରଣ ଦୀର୍ଘଦିନ ହେବ ବିଶ୍ୱାସ କରିଆସିଛନ୍ତି ଏବଂ ବିଭିନ୍ନ ବିଭାଗ ମଧ୍ୟରେ ଶକ୍ତିବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଓଡ଼ିଶା ବର୍ତ୍ତମାନ ବିଦ୍ୟୁତ ବଳକା ରାଜ୍ୟ ଭାବେ ପରିଗଣିତ। ଏହି ଦୃଷ୍ଟିରୁ ଉପଭୋକ୍ତାଙ୍କୁ ସର୍ବୋଚ୍ଚ ସେବା ଯୋଗାଇଦେବା ବିଭାଗର କର୍ତ୍ତବ୍ୟ ବୋଲି ମନ୍ତ୍ରୀ ବୈଠକରେ ଉଲ୍ଲେଖ କରିଥିଲେ। ସେହିପରି ଆଗାମୀ୨୦୨୩ରେ ରାଉରକେଲାଠାରେ ହକି ବିଶ୍ୱକପ୍ ଆୟୋଜନ ହେଉଥିବାରୁ ସମଗ୍ର ରାଉରକେଲା ସହରର ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ କରିବା ନେଇ ମନ୍ତ୍ରୀ ମିଶ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରେମାନନ୍ଦ ନାୟକ ଯୋଗଦେଇ ତେଲକୋଇ ଏବଂ ଆଖପାଖ ଅଞ୍ଚଳରେ ଲାଗି ରହୁଥିବା ବିଦ୍ୟୁତ ସମସ୍ୟା ଦୂର ପାଇଁ ଶକ୍ତିମନ୍ତ୍ରୀଙ୍କୁ ଜଣାଇଥିଲେ। ବରଗଡ଼, ବଲାଙ୍ଗିର, କଳାହାଣ୍ଡି, ନୂଆପଡ଼ା ଆଦି ଅଞ୍ଚଳର ବିଦ୍ୟୁତ ସମସ୍ୟା ସମାଧାନ ଉପରେ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗୀୟ ସଚିବ ନିକୁଞ୍ଜ ବିହାରୀ ଧଳ, ସ୍ୱତନ୍ତ୍ର ସଚିବ ସୁରଥ ଚନ୍ଦ୍ର ମଲ୍ଲିକ, ଧନଞ୍ଜୟ ସ୍ୱାଇଁ, ଅତିରିକ୍ତ ସଚିବ ସମ୍ବିତ ପରିଜା ଏବଂ ଉପଶାସନ ସଚିବ ବଳରାମ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।