କରୋନା ମୁକାବିଲା ପାଇଁ ଆଗେଇ ଆସିଲେ ରାଜ୍ୟପାଳ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଓ ପିଏମ କେୟାରସ ଫଣ୍ଡକୁ ୧୩ ଲକ୍ଷ ୨ ହଜାର ଟଙ୍କା ଦାନ କରିବେ। ଏଥି ସହିତ ମାର୍ଚ୍ଚ ୨୦୨୦ରୁ ଫେବୃଆରୀ ୨୦୨୧ ପର୍ଯ୍ୟନ୍ତ ଦରମାର ୩୦ ପ୍ରତିଶତ ଦାନ କରିବେ। ନିଜ ସକ୍ଷମ ଅନୁଯାୟୀ ଉଭୟ ପିଏମ କେୟାରସ ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ କରିବା ପାଇଁ ଶ୍ରୀ ଲାଲ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।