ଜେଲ ଅନ୍ତେବାସୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଏଣିକି ବିଶ୍ୱସ୍ତରରେ ଖେଳିବେ ଚେସ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକ ଚୌଦ୍ୱାର ସ୍ଥିତ ମଣ୍ଡଳ କାରାଗାର ଓ ଭୁବନେଶ୍ୱର ସ୍ଥିତ ଝାଡପଡାର ସ୍ୱତନ୍ତ୍ର କାରାଗାରରେ ଅନ୍ତେବାସୀ ମାନଙ୍କୁ ଏକ ଦୁଇ ମସିଆ ଗୁଣାତ୍ମକ ସ୍ୱତନ୍ତ୍ର ଚେସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଛି। ଭାରତୀୟ ତୈଳନିଗମ ପ୍ରଯୋଜିତ ପ୍ରାୟ ୫୦ ଜଣ ଅନ୍ତେବାସୀ ମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ମାଧ୍ୟମରେ ପ୍ରସ୍ତୁତ କରାଯାଇଛି। ଆସନ୍ତା ଅକ୍ଟୋବର ୧୩ ଓ ୧୪ ତାରିଖରେ ବିଶ୍ୱ ଚେସ ମହାସଂଘ ଦ୍ୱାରା ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଅନଲାଇନ ପ୍ରିଜନର୍ସ ପ୍ରତିଯୋଗିତାରେ ଭାରତରୁ ପ୍ରତିନିଧିତ୍ୱ କରିବେ।

ସକାଳେ ୨୫ଜଣ ଜେଲ ଅନ୍ତେବାସୀଙ୍କୁ ନେଇ ଚୌଦ୍ୱାର ମଣ୍ଡଳ କାରାଗାରରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ଜେଲ ଅଧକ୍ଷକ ପ୍ରଦୀପ କୁମାର ବେହେରା ଓ କାରାଗାରର ଜେଲର କାର୍ଯ୍ୟକ୍ରମର ଉଦଘାଟନ କରିଥିବା ବେଳେ ଅଧ୍ୟକ୍ଷକ ସତ୍ୟପ୍ରକାଶ ସ୍ୱାଇଁ ଏକ ଗେମ ଖେଳି ଏହା ବିଷୟରେ ଖେଳାଳି ମାନଙ୍କୁ ବୁଝିଥିଲେ।

ଭାରତୀୟ ତୈଳ ନିଗମର ମୁଖ୍ୟ ଡି.ପି ଶତପଥୀ, ବରିଷ୍ଠ କ୍ରୀଡା ଅଧିକାରୀ ମହୁଆ ପାଣିଗ୍ରାହୀଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରବନ୍ଧକ ମାନବ ସୃମ୍ବଳ ଏସ.କେ ପାଣିଗ୍ରାହୀ ଓ ଏଲ ଗୋପିକାଙ୍କ ସହଯୋଗରେ ଅନ୍ତର୍ଜାତୀୟ ଚେସ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟନାୟକ, ବରିଷ୍ଠ କୋଚ ସୁବାସ ଚନ୍ଦ୍ର ଶତପଥୀ ଓ ଅନ୍ତଜାତୀୟ ରେକର୍ଡ କୋଚ୍ ଅବିନାଶ ଦାଶ ଶିକ୍ଷାର୍ଥୀ ମାନଙ୍କୁ ସ୍ୱତନ୍ତ୍ର ଗୁଣାତ୍ମକ ଚେସ ପ୍ରଶିକ୍ଷଣ ପ୍ରଦାନ କରିବେ।