କଟକରେ ସୁନା ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ, ୮୦୦ ଗ୍ରାମ ସୁନା ସହ ୨ ଲୁଟେରା ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଟକରେ ସୁନା ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ। ଗହଣା ତିଆରି ପାଇଁ ମାଲିକଠୁ ସୁନା ଆଣି ଫେରାର ଥିବା କର୍ମଚାରୀ ଗିରଫ। ୮୦୦ ଗ୍ରାମ ସୁନା ସହ ୨ କର୍ମଚାରୀଙ୍କୁ ପୁରୀଘାଟ ପୁଲିସ ଗିରଫ କରିଛି।

ନିକଟରେ ବାଲେଶ୍ୱରର ଜଣେ ଗହଣା ଦୋକାନୀ ବ୍ୟବସାୟୀ କଟକରେ ଗହଣା ତିଆରି ପାଇଁ ସୁନା ପଠାଇଥିଲେ। ତାଙ୍କ ଠାରୁ ସୁନା ଆଣିଥିଲେ ସେଠାରେ କାମ କରୁଥିବା ୨ କର୍ମଚାରୀ। ତେବେ ୮୦୦ ଗ୍ରାମ ବିସ୍କୁଟ ସହ ଦୁଇ ଲୁଟେରା ଗିରଫ ହୋଇଛନ୍ତି। ଜବତ ହୋଇଥିବା ସୁନା ବିସ୍କୁଟର ଆନୁମାନିକ ମୁଲ୍ୟ ୩୭ ଲକ୍ଷ ଟଙ୍କା ହେବ। ଏନେଇ କଟକ ଏସିପି ସତ୍ୟ ନାରାୟଣ ମୁଦୁଲି ସୂଚନା ଦେଇଛନ୍ତି।