ଦୀର୍ଘ ୧୩ ବର୍ଷ ତଳେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିକ୍ରମ ଆଦିତ୍ୟ ଜେନା ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦୀର୍ଘ ୧୩ ବର୍ଷ ତଳେ ହତ୍ୟାକାଣ୍ଡ ଘଟାଇ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିକ୍ରମ ଆଦିତ୍ୟ ଜେନା ଆଜି ପୁଲିସ ହାତରେ ଧରାପଡ଼ିଛି। ମୃତକ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଣି ଫାଇଲ ଖୋଲାଯାଇଥିଲା। ଅଭିଯୁକ୍ତକୁ ଟ୍ରାକ କରି ସ୍ପେଶାଲ ସ୍କ୍ବାଡ ପୁଲିସ ଧରିଥିବା ସୂଚନା ମିଳିଛି।

୨୦୦୮ ମସିହାରେ ସଙ୍ଗୀତ ନିର୍ଦ୍ଦେଶକ ସୁମନ୍ତ ମହାନ୍ତିଙ୍କୁ ହତ୍ୟା କରି ସେ ଫେରାର ଥିଲା। ପୂର୍ବରୁ ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା। ପୂର୍ବ ଶତୃତାକୁ ନେଇ ଏହି ଜଘନ୍ୟକାଣ୍ଡ ଘଟିଥିଲା। ଅଭିଯୁକ୍ତ ଜଣଙ୍କ ସୁମନ୍ତଙ୍କୁ ବମିଖାଲସ୍ଥିତ ଘରୁ ଡାକି ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା। ଏହାପରେ ଡିକିରେ ବନ୍ଦ କରିଦେଇଥିଲେ ଅଭିଯୁକ୍ତ। ପୁଲିସ ପୁରୁଣା ଫାଇଲ ଖୋଲି ଅଭିଯୁକ୍ତକୁ ଗିରଫ କରିଛି।